ରାଜ୍ୟ ମହିଳା ଉଷୁ ଲିଗ ପାଇଁ ୧୪ ଜଣ ଖେଳାଳୀ ମୋନନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଝାରସୁଗୁଡା ବେଲପାହାଡ ସ୍ଥିତ ଜୁବୁଲି ହଲଠାରେ ଖେଲୋ ଇଣ୍ଡିଆ ରାଜ୍ୟ ମହିଳା ଉଷୁ ଲିଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୨୫୦ରୁ ୩୦୦ ଖେଳାଳୀ ଯୋଗଦେବେ । ପ୍ରତିଯୋଗିତାରେ ଯୋଗଦେବା ପାଇଁ ବଲାଙ୍ଗିର ଜିଲ୍ଲାର ୧୪ ଜଣିଆ ମହିଳା ଉଷୁ ଦଳ ଚୟନ କରାଯାଇଛି । ଚୟନ ହୋଇଥିବା ଖେଳାଳୀମାନେ ହେଲେ ପ୍ରତିମା ନାଏକ, ସ୍ମୃତିରେଖା ଭୁଏ, ପ୍ରତିମା ପଟେଲ, ସୁହାନୀ ଗୁରହାଣ୍ଡି, ଅନାମିକା ଗୁରହାଣ୍ଡି, ବବି ଡାଙ୍ଗ, ସୁହାନା ବେହେରା, ପ୍ରତିମା ମେହେର, ରାଜଲକ୍ଷ୍ମୀ ମହାକୁର, ସୁହାନି ମେର୍ଲି, ବୈଷ୍ଣବୀ ମେହେର, ଅନୀତା ପାଣ୍ଡେ, ଆଦ୍ୟାଶା ସାହୁ ଓ ଦିଆ ସାଗର ପ୍ରମୁଖ । ଏହି ପ୍ରତିଯୋଗୀମାନଙ୍କୁ ଜିଲ୍ଲା ଉଷୁ ସଂଘର ସଭାପତି ସଭାପତି ତପନ ପାଣିଗ୍ରାହୀ ଓ ଉପସଭାପତି ବାବୁଲାଲ ନାଏକ ସଫଳ କାମନା କରିଛନ୍ତି ।

Leave A Reply

Your email address will not be published.