jayashree

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଶନିବାର ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଉପେନ୍ଦ୍ର ମହାନ୍ତି ଏଥିରେ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଯୋଗଦେଇ ଶୃଙ୍ଖଳିତ ଖେଳ ଦ୍ୱାରା ମନୁଷ୍ୟର ଜୀବନ ଦର୍ଶନର ମାର୍ଗ ସୁଗମ ହୋଇଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଓଡ଼ିଶା ପ୍ରଶାସନିକ ସେବାରେ କୃତ୍ତିତ୍ୱ ଲାଭ କରିଥିବା ସୁଶ୍ରୀ ସାୟନ୍ତିକା ଶୁଭଲକ୍ଷ୍ମୀ ଯୋଗଦେଇ ଶିଶୁମାନଙ୍କୁ ଅନେକ ଦିଗଦର୍ଶନ ଦେଇ ଉତ୍ସାହିତ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ଏହି ଦିବସରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ତଥା ଓଡିଶା ହାଇକୋର୍ଟର ଓକିଲ ପଦ୍ମଚରଣ ସାହୁ, ଉପସଭାପତି ଶ୍ରୀମତୀ ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସହସଂପାଦକ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । କ୍ରୀଡା ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀ ବୃତ୍ତ କଥନ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ଗୁରୁଜୀ, ଗୁରୁମା, ସମସ୍ତ କାର୍ଯ୍ୟକ୍ରମକୁ ପରିଳନାରେ ସହଯୋଗ କରିଥିଲେ । ଏହି କ୍ରୀଡାରେ ୪୨୫ଜଣ ଭାଇ ଓ ୩୧୫ ଜଣ ଭଉଣୀ ଏହିପରି ମୋଟ ୭୪୦ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ଅଭିଭାବକ, ଅଭିଭାବିକା, ପୋଲିସ୍ ପ୍ରଶାସନ ଅଧିକାରୀ, ମିଡିଆବନ୍ଧୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.