oom

ଖେଲ ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଲେ ଡେଲାଙ୍ଗ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ୭ଜଣ ଛାତ୍ରଛାତ୍ରୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ସାତ ଜଣ ଛାତ୍ରଛାତ୍ରୀ ଖେଲ ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଛନ୍ତି । ଚଳିତ ବର୍ଷ ଓଡିଶା ସରକାର ଓ ଓଡିଶା ଖୋ ଖୋ ସଂଘର ମିଳିତ ସହଯୋଗରେ ଭୁବନେଶ୍ୱର କୀଟ ବିଶ୍ୱବିଦ୍ୟାଳୟ ପରିସରରେ ଜୁଲାଇ୬ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଚାଲିବ । ଜାତୀୟ ସ୍ତରରେ ପଦକ ବିଜୟ ଲକ୍ଷ୍ୟରେ ଏହି ଶିବିର ଆୟୋଜନ କରାଯାଇଛି । ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ଅନନ୍ୟା ପ୍ରଧାନ, ଅର୍ଚ୍ଚନା ପ୍ରଧାନ, ସୁପ୍ରଭା ପରିଡା, ସାନ୍ତାନୁ ସାମନ୍ତରାୟ, ଦିଗବିଜୟୀ କଲମ୍ବସ, ଓରୋଧ ବିଶ୍ୱାଳ ଓ ବାସୁଦେବ ବାରିକଏଠାରେ ପ୍ରଶିକ୍ଷଣ ନେଉଛନ୍ତି । ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଚିନ୍ତାମଣି ପ୍ରଧାନ ରହିଛନ୍ତି । ପୁରୀ ଜିଲ୍ଲା ଖୋ ଖୋ ସମ୍ପାଦକ ତଥା ଓଡିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ରାଜ୍ୟ ଖୋ ଖୋ ସଂଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥସାରଥୀ ମହାପାତ୍ର, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶଶାଙ୍କ ଚୁଡାମଣି, ସଭାପତି ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ପ୍ରଧାନ ଶିକ୍ଷକ ହୃଷିକେଶ ବଳିଆରସିଂ ଓ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଆଶା ରଖିଛନ୍ତି ଯେ, ଖେଲ ଇଣ୍ଡିଆ ପ୍ରତିଯୋଗିତାରେ ସର୍ବଶେଷ୍ଠ କ୍ରୀଡା ପଦର୍ଶନ କରି ଓଡିଶା ପାଇଁ ଗର୍ବ ଓ ପଦକ ଆଣିବେ ବୋଲି ସେ ଆଶା ରଖଛନ୍ତି ।

jittmm
Leave A Reply

Your email address will not be published.