ବିଶ୍ୱ ପର୍ଯ୍ୟଟନ ଦିବସରେ ଖତ ଖାଉଛି ଗାଈଖାଇ ଡେମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଜାତୀୟ ରାଜପଥ ପ୍ରାୟ ୩୦ କି.ମି ଦୂର ମୁଖ୍ୟ ରାସ୍ତା ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥର ନିକଟରେ ଗାଈଖାଇ ଡେମ୍‌ ଏମ୍‌ଆଇ ପ୍ରକଳ୍ପ । ଏହାକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଯାଇଥିଲା ଏବଂ ଏହା ପର୍ଯ୍ୟଟନର କେନ୍ଦ୍ରସ୍ଥଳି ପାଲଟିଥିଲା । ଏହା ପୁଣି ଇକୋ ଟୁରିଜିମ କ୍ଷେତ୍ରରେ ପରିଣତ ହୋଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ୱକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ଏହି ଡ୍ୟାମର ସୋ÷÷ନ୍ଦର୍ଯ୍ୟକରଣ କରାଯାଇଥିଲା । ଗତ ତା.୦୫.୧୧.୨୦୨୩ ରେ ଲୋକଙ୍କ ପାଇଁ ଏହା ଉଦ୍‌ଘାଟିତ ହୋଇଥିଲା । ଦୀର୍ଘ ୨୩ ମାସ ହେବ ଗାଈଖାଇ ଡ୍ୟାମ ବନ୍ଦ ହୋଇ ପଡିଥିବା ବେଳେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଦେଶ ସାରା ପାଳନ କରୁଥିବା ସମୟରେ ଆଜି ଡ୍ୟାମ ନ କହିବା ଭଲ । ମେସିନ୍‌ ଗୁଡିକ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଆବର୍ଜନାରେ ପୋତି ହୋଇଯାଇଛି । ଏନ୍‌ଏଚ୍‌ ରାସ୍ତା ମଧ୍ୟ ମରାମତି ହୋଇପାରିଲା ନାହିଁ । ସ୍ଥାନୀୟ ଅଭିଯୋଗ ଅନୁସାରେ ପାରାଦୀପରୁ ପୁରୁଣା ମେସିନକୁ ରଙ୍ଗ ଦେଇ ଲଗାଯାଇଥିବା ଓ କୋଟି କୋଟି ଟଙ୍କା ହେର୍‌ଫେର୍‌ ହୋଇଛି ବୋଲି ଦାବି କରିଥିଲେ । ସେହିଭଳି ରାଣୀପୁର ଝରିଏଲ, ହରିଶଙ୍କର, ଭୀମ ଡୁଙ୍ଗୁରି ଓ ପାଟେଣେଶ୍ୱରୀ ପୀଠ ମଧ୍ୟ ଅବହେଳିତ ହୋଇ ରହିଯାଇଛି । ଏହି ଅବସରରେ ଦେବାଳୟ ସୁରକ୍ଷା କମିଟି, ନାଗରିକ କମିଟି ଓ ବଲାଙ୍ଗିରର ବୁଦ୍ଧିଜୀବୀ ଏହି ଡ୍ୟାମକୁ ପରିଦର୍ଶନ କରିଥିଲେ । ଡ୍ୟାମର ସମସ୍ୟା ଅସମ୍ଭାଳ ରହିଥିବା ବେଳେ ପାଖରେ ଥିବା ପାର୍କ ମଧ୍ୟ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଯୋଗୁଁ ସ୍ଥାନୀୟ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏବଂ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବେ ଏବଂ ତୁରନ୍ତ ସମାଧାନ ପାଇଁ ଦାବି କରିବେ ବୋଲି ଆଲୋଚନା ହୋଇଥିଲା । ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକ, ସୁରେନ୍ଦ୍ର ନେଗୀ, ପ୍ରଶାନ୍ତ ମହାକୁର, ଶମ୍ଭୁ ପ୍ରସାଦ ଶତପଥୀ ଏବଂ ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.