ଦୁବଲାବାହାଲ ରାସ୍ତା କଡ଼କୁ ଖସିଲା ଗାଡି ଦୁଇ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦୁବଲାବାହଲ ଛକଠାରେ ଏକ ପିକ୍‌ଅପ୍‌ ସବାରୀ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଇଟା ଗଦାରେ ବାଡେଇ ହୋଇଯାଇଛି । ଏହି ଦୁର୍ଘଟଣାରେ ଗାଡିରେ ଥିବା ଉଭୟ ଚାଳକ ଓ ସହଯୋଗୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଗାଡିଟି ସୋହେଲା ପଟୁ ପଦ୍ମପୁର ଆଡ଼କୁ ଆସୁଥିବା ସମୟରେ ଗାଡିରେ ଗଛ ପଟା ଲୋଡ଼ କରି ଅଣାଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ପଟା ପ୍ରେସର ହୋଇ ଚାଳକ ଓ ସହଯୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଅନ୍ୟ ପଟେ ମୃତକ ଦୁଇ ଜଣଙ୍କ ପରିଚୟ ଏ ଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ବ୍ୟବଛେଦ୍ୟ ପାଇଁ ପଠାଇବା ସହ କାଠ ଏବଂ ଉଭୟ ମୃତକଙ୍କ ପରିଚୟ ବିଷୟରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.