ସ୍ଥିର ହ୍ରାସ ସହିତ ଭାରତରେ ସକ୍ରିୟ ମାମଲା ୩.୦୫ ଲକ୍ଷକୁ ଖସିଲା

• ବିଗତ ୨୧ ଦିନ ଧରି କ୍ରମାଗତ ଦୈନିକ ମାମଲା ୪୦,୦୦୦ରୁ କମ୍ ରେକର୍ଡ କରାଯାଇଛି
• ମୋଟ ସକ୍ରିୟ ମାମଲାର ୬୬ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସକ୍ରିୟ କୋଭିଡ ମାମଲାର ସଂଖ୍ୟା କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଛି । ମୋଟ ସକ୍ରିୟ ମାମଲା ଆଜି ୩.୦୫ ଲକ୍ଷ (୩,୦୫,୩୪୪) କୁ ଖସି ଆସିଛି ।
ନୂତନ ସଂକ୍ରମଣ ମାମଲା, ପ୍ରତିଦିନର ମୃତ୍ୟୁ ସଂଖ୍ୟାରେ ହ୍ରାସ ସହିତ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟାର ବର୍ଦ୍ଧିତ ଧାରାକୁ ସମ୍ଭବ କରିପାରିଛି । ଏହା ସକ୍ରିୟ ମାମଲାର ସମୁଦାୟ ହାରର ହ୍ରାସକୁ ମଧ୍ୟ ସୁନିଶ୍ଚିତ କରିଛି।
ଭାରତର ବର୍ତ୍ତମାନର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୩.୦୪ ପ୍ରତିଶତ ବୋଲି ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୯୦ରେ ଜଣ ଆରୋଗ୍ୟ ଲାଭ କରିବା ସହିତ ମୋଟ ସକ୍ରିୟ ମାମଲା ସଂଖ୍ୟାରେ ୩,୪୦୭ ଟି ମାମଲା ହ୍ରାସ ପାଇଛି।
ଦେଶର ମୋଟ ସକ୍ରିୟ ମାମଲାର ୬୬ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଦୈନିକ ନୂତନ ମାମଲା ସଂଖ୍ୟା ହେଉଛି ୨୬,୬୨୪। ବିଗତ ୨୧ ଦିନ ମଧ୍ୟରେ ଦୈନିକ ନୂତନ ମାମଲା ୪୦,୦୦୦ରୁ କମହୋଇଥିବା ଜଣାଯାଇଛି।
ମୋଟ ଆରୋଗ୍ୟ ମାମଲା ସଂଖ୍ୟା ପ୍ରାୟ ୯୬ ଲକ୍ଷ (୯,୫୮୦,୪୦୨) ରହିଛି ।
ନୂତନ ମାମଲା ତୁଳନାରେ ନୂତନ ଆରୋଗ୍ୟର ପାର୍ଥକ୍ୟରେ ବୃଦ୍ଧି ଘଟି ଆଜି ଆରୋଗ୍ୟ ହାର ୯୫.୫୧%ରେ ପହଞ୍ଚିଛି।
ନୂତନ ଆରୋଗ୍ୟ ମାମଲାଗୁଡ଼ିକର ୭୪.୬୮% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପରିଲକ୍ଷିତ ହୋଇଛି।
୪,୭୪୯ସଂଖ୍ୟକ ଦୈନିକ ନୂତନ ଆରୋଗ୍ୟ ମାମଲା ଥିବା କେରଳ ଦର୍ଶାଇଥିବା ବେଳେ ମହାରାଷ୍ଟ୍ରରୁ ୩,୧୧୯ ଏବଂ ପଶ୍ଚିମବଙ୍ଗରୁ ୨,୭୧୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।
ନୂତନ ମାମଲାଗୁଡ଼ିକର ୭୬.୬୨% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ସେହିଭଳି କେରଳ ଦୈନିକ ନୂତନ ମାମଲା ୬,୨୯୩ ଥିବା ଦର୍ଶାଇଛି । ଏହା ପଛକୁ ୩,୯୪୦ଟି ନୂଆ ମାମଲା ସହିତ ମହାରାଷ୍ଟ୍ର ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ନୂତନ ମୃତ୍ୟୁର ୮୧.୨୩% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି ।
ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୭୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଯଥାକ୍ରମେ ୪୩ ଏବଂ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.