ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଅଶୋକନଗର ବାଲାଜୀ ପଣ୍ଡିତ ହତ୍ୟା ମାମଲାରେ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଅଶୋକନଗର ବାଲାଜୀ ପଣ୍ଡିତ ହତ୍ୟା ମାମଲାରେ ୩ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୦୯ ମସିହା ଜୁନ୍‌ ୧ ତାରିଖରେ ବ୍ରହ୍ମପୁର ମହାନଗର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଶୋକନଗରରେ ହୋଇଥିବା ବହୁ ଚର୍ଚ୍ଚିତ ବାଲାଜୀ ପଣ୍ଡିତ ହତ୍ୟା ମାମଲାର ବିଚାର ଶୁଣାଣି କରି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ଡ଼. ଇନ୍ଦୁ ଶର୍ମା ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତମାନେ ହେଲେ କୋଟେଶ୍ୱର ରାଓ ଓରଫ ରୁବେନ୍, ସର୍ବେଶ୍ୱର ରାଓ ଓରଫ ବୁଢ଼ା ଏବଂ କୋକୋ ସାହୁ । ଏହି ମାମଲାରେ ଅଭିଯୁକ୍ତ ରୁବେନ ଗିରଫ ହୋଇ ଦୀର୍ଘ ୧୨ ବର୍ଷ ୪ ମାସ କାରାଗାରରେ ରହି ଗତବର୍ଷ ନଭେମ୍ବର ମାସରେ ଜାମିନରେ ମୁକୁଳିଥିଲେ ।

Leave A Reply

Your email address will not be published.