ଛତ୍ରପୁର ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଛତ୍ରପୁର ସ୍ଥିତ ନିୟୁ-ବସଷ୍ଟାଣ୍ଡ କ୍ୟାମ୍ପସ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଛତ୍ରପୁର ବ୍ଲକର ଏସ୍.ଏଚ.ଜି. ମହିଳା ଗ୍ରୁପ୍ ଓ ମିଶନଶକ୍ତି ମିଳିତ କ୍ରମେ ୨୪ ଟି ମହିଳା ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିଲେ । ସମସ୍ତ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପ୍ରକଳ୍ପ ଉପସ୍ଥାପନା କରିଥିବା ମହିଳା ଗୋଷ୍ଠୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଅଂଶଗ୍ରହଣ କରି ଥିବା ପ୍ରତ୍ୟେକ ଗୋଷ୍ଠୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ପ୍ରଦାନ ସହ ଉତ୍ସାହିତ କରାଯାଇଥିବା ବେଳେ ଉକ୍ତ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ମନୋନୀତ ହୋଇଥିବା କଣମଣା ଗ୍ରାମପଞ୍ଚାୟତ ପକ୍ଷରୁ ନିର୍ମଳା ଦେବୀ ମହିଳା ଗୋଷ୍ଠୀ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବିପୁଳିିଙ୍ଗୀ ଗ୍ରାମପଞ୍ଚାୟତ ପକ୍ଷରୁ ମା’ ଅମ୍ବିକା ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ହାସଲ କରି ଯଥାକ୍ରମେ ୫ ହଜାର ଟଙ୍କା ଓ ୪ ହଜାର ଟଙ୍କା ଚେକ୍ ପ୍ରଦାନ ସହ ପୁରସ୍କୃତ ହୋଇଛନ୍ତି । ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ, ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରମିଷ୍ଠା ପ୍ରଧାନ, ପୌର ପରିଷଦ ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ନାରୀନେତ୍ରୀ ସାଡ଼ି ଶାରଦା ରେଡ୍ଡୀ, ମିଶନ ଶକ୍ତି ଜିଲ୍ଲା ଅଧିକାରୀ ଜୟକୃଷ୍ଣ ମହାପାତ୍ର, ସନ୍ତୋଷ ରଥ, ସିଡ଼ିପିଓ ପ୍ରଣମିତା ପଣ୍ଡା, ଛତ୍ରପୁର ମହିଳା ମହାବିଦ୍ୟାଳୟର ଗୃହ-ବିଜ୍ଞାନ ଅଧ୍ୟାପିକା ଦୀପ୍ତି ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଘରକରଣା ରୋଷେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମିଶନ ଶକ୍ତି ବ୍ଲକ୍ ପ୍ରୋଗ୍ରାମ କୋଡିନେଟର୍ ସୀତା ବରାଳ ଏବଂ ଓଡ଼ିଶା ଜୀବିକା ମିଶନ ତଥା ବିପିମ ମାନିନୀ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.