oom

ଜୁନିୟର ରେଡକ୍ରସ ତରଫରୁ ଖାଦ୍ୟ ବଣ୍ଟନ

jsmm

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଲକଡାଉନ ଚାଲିଛି ଯାହାଫଳରେ ଗରିବ, ଖଟିଖିଆ, ଭିକାରୀ ଓ ରାସ୍ତା କଡରେ ରହୁଥିବା ବ୍ୟକ୍ତିମାନେ ଦୋକାନ ବଜାର ବନ୍ଦ ଯୋଗୁଁ ଖାଇବାକୁ ପାଉନାହାନ୍ତି । କିଛି ଅନୁଷ୍ଠାନ ତଥା ସମାଜସେବୀ ସେମାନଙ୍କର ଖାଦ୍ୟ ବ୍ୟବସ୍ଥା କରିଆସୁଛନ୍ତି । ଭୋକିଲାଙ୍କ ପେଟକୁ ଆହାର ଯୋଗେଇ ଦେବାକୁ ଜୁନିୟର ରେଡକ୍ରସ ତରଫରୁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଠାରେ ସକାଳ ଜଳଖିଆ ଦେବାର ଶୁଭାରମ୍ଭ କରାଯାଇଛି । ଶ୍ରୀ ଦାଶ ନିଜେ ମଟରସାଇକଲରେ ବୁଲିବୁଲି ଡାକ୍ତର ଖାନା, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହରର ବିଭିନ୍ନ ଯାଗାରେ ପାଉଁରୁଟି, ବିସ୍କୁଟ ବାଣ୍ଟିଥିଲେ । ପ୍ରତିଦିନ ସକାଳେ ପାଉଁରୁଟି, ବିସ୍କୁଟ, କଦଳୀ, ଅଣ୍ଡା ଆଦି ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କିଛି ଶୁଭେଚ୍ଛୁ ମିନାକ୍ଷୀ ପାଣ୍ଡେ, ସମନ ମେହେର, ପ୍ରେମରାଜ ପାଣିଗ୍ରାହୀ, ମନୋଜ କୁମାର ତାଣ୍ଡି, ମମତା ମେହେର, ଆଶିଷ ଜୈନ ଆର୍ଥିକ ସାହାଯ୍ୟ ଦେଇଥିବାରୁ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିବା ସହିତ ଅନ୍ୟମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.