lika

ନୀଳଚକ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଖଡ଼ିଆଳ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ ଥିବା କୁରସୁଡ଼ ଗାଁରେ ଚାଲିଥିବା ନୀଳଚକ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସଞ୍ଜୀବ କୁମାର ଜୈନ, ମନୋଜ କୁମାର ଜୈନ, ନିମାଇଁ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଗୁଲମୀ ଦଳକୁ ପରାସ୍ତ କରି ଖଡ଼ିଆଳ ଦଳ ଫାଇନାଲରେ ପ୍ରବେଶ କରିଛି । ସ୍ୱାଗତ ବେହେରା, ମୋହନ ସାହୁ, ସଂକୀର୍ତ୍ତନ ଯାନୀ, ସୁବ୍ରତ ନାଏକ ମ୍ୟାଚ୍‌କୁ ପରିଚାଳନା କରିଥିଲେ । ଆୟୋଜକ କମିଟିର ସଭାପତି ସୁବୋଧ ବେହେରା, ସମ୍ପାଦକ କାହ୍ନା ବେହେରା, କୋଶାଧ୍ୟକ୍ଷ ପ୍ରଦୀପ ବେହେରା, ଉପସଭାପତି ବିରଞ୍ଚି ବାଗ, ସହ ସମ୍ପାଦକ ଲଛମନ ଯାନୀ, ଦେବାନନ୍ଦ ବେହେରା, କୁନା ସାହୁ, ବିକାଶ ପାଢ଼ୀ, ସନ୍ତୋଷ ବେହେରା, ଆନନ୍ଦ ବେହେରା, ନିରଞ୍ଜନ ମାଝୀ, କୁଳମଣି ମାଝୀ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି । ଆସନ୍ତା ୨୪ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

babaa
Leave A Reply

Your email address will not be published.