oom

କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ରରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ

jsmm

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସ୍ଥାନୀୟ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରରେ ସମସ୍ତ ସରକାରୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳିତ ହୋଇଯାଇଛି । ତୁରେକେଲା ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମାର୍ ପଡ଼ିହାରି ଓ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦଙ୍କ ଉପସ୍ଥିତିରେ ନୋଡାଲ ସ୍କୁଲ୍‌ରେ ଅତି ଆଡମ୍ଭର ସହିତ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି । ନୋଡାଲ ସ୍କୁଲ୍, ରେଲୱେ ସ୍କୁଲ୍, ଝାଙ୍କରପଡା ସ୍କୁଲ୍, ଅଶୋକ ନଗର, କଳିଙ୍ଗ ନଗର, ନୂଆପଡ଼ା, ରାଜେନ୍ଦ୍ର ନଗର୍, ସାଗର ପଡା, ଉର୍ଦ୍ଦୁ ସ୍କୁଲ୍, ଝୁପୁଡ଼ି ପଡା, ରାଷ୍ଟ୍ରୀୟ ହିନ୍ଦୀ ବିଦ୍ୟାଳୟ ସବୁ ବିଦ୍ୟାଳୟରେ ଅତି ଆଡମ୍ୱର ସହ ୫ବୟସ ପିଲାଙ୍କୁ ଶିଶୁ ବାଟିକା ଖଡ଼ିଛୁଆଁ ହେଲା ଓ ୬ବୟସ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍କୁଲମାନଙ୍କରେ ସ୍ୱାଗତ କରାଯାଇ ତାଙ୍କୁ ବିଦ୍ୟାଳୟମାନଙ୍କ ତରଫରୁ କିଛି ଉପହାର ମଧ୍ୟ ଦିଆଯାଇଥିଲା ।

jittmm
Leave A Reply

Your email address will not be published.