ସଚେତନ ନାଗରିକଙ୍କ ପ୍ରତିବାଦ ଏବଂ ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଲା

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ମୁଖ୍ୟରାସ୍ତା ମରଣ ଯନ୍ତା ପାଲଟିଥିବାରୁ ଗତକାଲି ସଚେତନ ନାଗରିକମାନେ ରାସ୍ତାର ଖାଲଖମାରେ ପଦ୍ମ ଫୁଲ ଲଗାଇ ଅଭିନବ ପ୍ରତିବାଦ କରିଥିଲେ । ଏନେଇ କୋଶଳ ପ୍ରବାହ ସହ ବିଭିନ୍ନ ଗଣମାଧ୍ୟମ ଦାୟିତ୍ୱପୂର୍ଣ୍ଣ ଭାବେ ଏହି ଘଟଣାକୁ ଗୁରୁତର ସହ ନେଇ ଖବର ପ୍ରସାରଣ କରିଥିଲେ । ପରେ ପ୍ରଶାସନ ତତ୍ପରତା ଦେଖାଇ ରାତାରାତି ପାଟଣାଗଡ ବ୍ଲକଛକ ଠାରୁ ଡିସିବି ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତା କାମ ସଜାଡ଼ିବାରେ ଲାଗିପଡ଼ିଥିଲା । ସମସ୍ତ ପ୍ରଶାସନିକ ଅଧିକାରୀଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ସେ ରାସ୍ତା ଦେଇ ଯିବା ଆସିବା କରୁଥିଲେ କିନ୍ତୁ କାହାରି ନଜର ରାସ୍ତାର ଅବସ୍ଥା ଉପରେ ପଡୁନଥିଲା । ବାଧ୍ୟ ହୋଇ କିଛି ସଚେତନ ନାଗରିକ ଅଭିନବ ଉପାୟରେ ରାସ୍ତାରେ ପଦ୍ମ ଫୁଲ ଲଗାଇଥିଲେ । ଏହାକୁ ଭିର୍ତ୍ତି କରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ତାପରେ ପ୍ରଶାସନ ତତ୍କାଳ ରାତାରାତି ରାସ୍ତା ମରାମତି କରିଥିଲା । ଯଦି ପ୍ରଶାସନ ଏବଂ ନେତା ମନ୍ତ୍ରୀଙ୍କୁ ଜାଗ୍ରତ କରିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ ଏବଂ ବାରମ୍ବାର ଖବର ପ୍ରସାରଣ କରାଯିବ ତା’ହେଲେ ଜନସାଧାରଣଙ୍କ ଟାକ୍ସରେ ଦରମା ପାଉଥିବା ସରକାରୀ ବାବୁମାନେ ଏବଂ ସେହି ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ନେତା ମନ୍ତ୍ରୀ ମଧ୍ୟ ତାଙ୍କ କର୍ତ୍ତବ୍ୟରୁ ମୁହଁ ଫେରିଦେବେ ତା’ହେଲେ କିଏ ଜନସାଧାରଣଙ୍କ ଦୁଃଖ ବୁଝିବ ବୋଲି ଜନସାଧାରଣରେ ଆଲୋଚନା ଜୋର ଧରିଛି ।

jittmm
Leave A Reply

Your email address will not be published.