oom

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଗଣଧାରଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି । ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଦୁଆନପାଲି ଗ୍ରାମର ଗଙ୍ଗାଧର ସିଂହ ଗତ ତା.୬/୧୧/୨୦୨୦ରିଖରେ ପ୍ରଧାନମନ୍ତ୍ରୀ ଯୋଜନାରେ ଏକ ଆବାସ ଗୃହ ପାଇଥିଲେ ।

ତେବେ ସେ ପ୍ରଥମ ଓ ଦ୍ଵିତୀୟ କିସ୍ତି ବାବଦରେ ୫୫୦୦୦/- ଟଙ୍କା ପାଇଥିବା ବେଳେ ଆଉ କିଛି ନିଜ ପଇସା ମିଶାଇ ଗୃହକୁ ସମ୍ପୂର୍ଣ୍ଣ କରିବା ପରେ ବାକି ପଇସା ଦେବା ପରିବର୍ତେ ତହସିଲଦାର ଗତ ଆଠ ଦିନ ତଳେ ଫୋନ ଯୋଗେ ଧମକ ଚମକ ଦେଇ ବିନା ନୋଟିସରେ ସାତ ଦିନ ଭିତରେ ଘର ଖାଲି କରିବାକୁ କହିଥିଲେ ଏବଂ ଠିକ ସାତ ଦିନ ପରେ ତାର ଘରଟିକୁ ପୋଲିସ ଫୋର୍ସ ସାହାର୍ଯ୍ୟରେ ଜବରଦସ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ଘରୁ ଧକ୍କା ମାରି ବାହାର କରି ଜେସିବି ଲଗାଇ ଭାଙ୍ଗି ଘରକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଥିଲେ ।

ଯେଉଁ ସମୟରେ ଶ୍ରୀ ସିଂହ ଘରେ ଅନୁପସ୍ଥିତ ଥିଲେ । ପ୍ରକାଶ ଥାଉ କି ତାଙ୍କ ଘର ଆଖ ପାଖରେ ମଧ୍ୟ ଆହୁରି ଅନେକ କଲୋନୀ ଘର ରହିଛି । ତେବେ ଚତୁର୍ପାର୍ଶ୍ୱରେ ସରକାରୀ ଜମିରେ ଥିବା ଅନ୍ୟ ଘର ଭଙ୍ଗା ନ ଯାଇ କେବଳ ତାଙ୍କ ଘର ଭଙ୍ଗାଯିବା ଏକ ଅନ୍ୟାୟ । ଜିଲ୍ଲା ପ୍ରଶାସନର ଏଭଳି ଦୋମୁହାଁ ନୀତିକୁ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ନିନ୍ଦା କରାଯାଇଥିବା ବେଳେ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦେଇ ତାକୁ ପୁଣି ଭଙ୍ଗାଯିବା ସରକାରୀ ଅର୍ଥ ଧ୍ୱଂସ କରାଯିବା ଏକ ଅପରାଧ ବୋଲି କୁହାଯାଇଛି ।

ଏଣୁ ବିଭାଗୀୟ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଓ କ୍ଷତିଗ୍ରସ୍ତ ପରିବାରକୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ଏବଂ ଗଙ୍ଗାଧର ସିଂହ ଓ ତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ପାଇବା ଉଦ୍ଦେଶ୍ୟରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ଗଣଧାରଣା ଦିଆଯାଇଛି । ଏଥିରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ରାଜ୍ୟ କୋଷାଧକ୍ଷ ସୁଶୀଲ କୁମାର ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ନେପାଳ ସା, କବି ସାହୁ, ବୀରେନ୍ଦ୍ର ବାରିକ, ସୈଲେନ୍ଦ୍ର ନାଏକ, ସୌଭାଗ୍ୟ ସ୍ୱାଇଁ, ଚକ୍ରପାଣି ମିଶ୍ର, ରାଜୁ ନାଏକ, ସୀତାରାମ ପଧାନ, ରବୀନ୍ଦ୍ର ନାଏକ, ମନ ନାଏକ, ବୁଲୁ ପରଡିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.