oom

ଅନ୍ତରୀଣ ଜାମିନରେ ମୁକୁଳିଲେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଡିଜେ କୋର୍ଟ ଟିଟିଲାଗଡରୁ ଅନ୍ତରୀଣ ଜାମିନରେ ମୁକୁଲିଛନ୍ତି କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା । ଗତ ଜୁନ ୪ ତାରିଖରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ୍ ବ୍ଲକ୍ ପୁଡିସରା ଗ୍ରାମ ନିକଟରେ ବେଆଇନ ଗୋ ଚାଲାଣ ହେଉଥିବା ସମୟରେ କେଶରୀୟା ହିନ୍ଦୁ ବାହିନୀର ବ୍ଲକ୍ ଏବଂ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏହି ଗୋ ଚାଲାଣକୁ ଅବରୋଧ କରିଥିଲେ । ତେବେ ଏହି ସମୟରେ କେଶରୀୟା ହିନ୍ଦୁ ବାହିନୀର କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ରାଜ୍ୟ ସଭାପତି ଶ୍ରୀ ଭୋଳ, ବ୍ଲକ୍ ସଭାପତି ସଂଜିତ୍ କମ୍ପ, ବ୍ଲକ୍ ଉପସଭାପତି ଶ୍ରୀକାନ୍ତ ଭୋଇ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହୋଇବା ବେଳେ ଗୋ ଚାଲାଣକାରୀ ମାନେ ରାଜ୍ୟ ସଭାପତି ଶ୍ରୀ ଭୋଳ, ବ୍ଲକ୍ ସଭାପତି ସଞ୍ଜିତ୍ କମ୍ପ ଏବଂ ବ୍ଲକ ଉପସଭାପତି ଶ୍ରୀକାନ୍ତ ଭୋଇଙ୍କ ନାମରେ ଏକ ମିଥ୍ୟା କେଶ୍ ମଧ୍ୟ ଦେଇଥିଲେ ବୋଲି କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ କୁହାଯାଇଛି । ଯାହାକି ଆଇପିସି (୩୪୧, ୩୨୩, ୩୨୪, ୩୮୮, ୪୨୭, ୩୪, ୩(୧)ଆର୍‌, ୩(୧)ଏସ୍‌) ଧାରାରେ ଅନ୍ତର୍ଭୁକ୍ତ ଥିଲା । ତେବେ କେଶରୀୟା ହିନ୍ଦୁ ବାହିନୀର କାର୍ଯ୍ୟକର୍ତ୍ତା ମାନେ ଜାମିନରେ ମୁକୁଲିଲା ପରେ ରାଜ୍ୟ ସଭାପତି ତାଙ୍କ ମନ୍ତବ୍ୟରେ କହିଛନ୍ତି ଆଗାମୀ ଦିନରେ କଣ୍ଟାବାଞ୍ଜି, ଟିଟିଲାଗଡ ତଥା ସମ୍ପୁର୍ଣ୍ଣ ବଲାଙ୍ଗିର ଜିଲ୍ଲାରେ ବେଆଇନ ଗୋ ଚାଲାଣକୁ ବନ୍ଦ କରାଯିବ।

jittmm
Leave A Reply

Your email address will not be published.