କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ

କେରଳ : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ । ଏବର୍ଷ ଦୁଇ ଦିନ ବିଳମ୍ବରେ କେରଳ ଉପକୂଳ ଛୁଇଁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ କେରଳରେ ବର୍ଷା ଜାରି ରହିଛି । ସାଧାରଣତଃ ଜୁନ ୧୦ରୁ ୧୨ତାରିଖ ମଧ୍ୟରେ ଓଡ଼ିଶାରେ ପହଞ୍ଚିଥାଏ ମୌସୁମୀ । ଏଥର ମଧ୍ୟ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ରହିଥିବା କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଜୁନ ୧୧ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମୌସୁମୀକୁ ଅଧିକ ସକ୍ରିୟ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.