ଧଣ୍ଡାମୁଣ୍ଡା ରେଞ୍ଜ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ନୂତନ କମିଟି ଗଠନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ରେଞ୍ଜର ସମସ୍ତ ମୁନ୍ସୀ, ଚପରାସି, ଚେକର ସମସ୍ତ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଳ କେନ୍ଦୁପତ୍ର ସଙ୍ଘ ସଭାପତି ନିରଞ୍ଜନ ବିଶିଙ୍କ ନିର୍ଦ୍ଦେଶ କ୍ରମେ ହେଡ଼ ଚେକର ଦ୍ରୋଣ ବନଛୋରଙ୍କ ସଭାପତିତ୍ୱରେ ଏକ ନୂତନ ସଙ୍ଘ ଗଠନ କରାଯାଇଥିଲା । ସମସ୍ତଙ୍କ ଆଲୋଚନା କ୍ରମେ ସଙ୍ଘର ସଭାପତି ଯଦୁ ପୁଟେଲ, ସମ୍ପଦକ ମୁରଲୀ ବୁଡ଼େକ, କୋଷାଧ୍ୟକ୍ଷ ଭୋଜରାଜ ବରିହାଙ୍କୁ ମନୋନୀତ କରାଗଲା ।କେନ୍ଦୁପତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସଂଘ ମାଧ୍ୟମରେ କିପରି ଆଲୋଚନା ହେବ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା । ସଙ୍ଘ ଗଠନ ଅନ୍ୟମାନଙ୍କ ମଧ୍ୟରୁ ସଙ୍ଘର ଦୁର୍ଗାନନ୍ଦ ଭୁଏ, ସୁରେଶ କଠାର, ବିହାରୀ ସାହୁ, ଝସକେତନ ବେହେରା, ରବୀନ୍ଦ୍ର ପୋଡ଼, ଯାଦବ ବାରିକ, ଧୁବାଲେଶ୍ୱର ସା, ନରୋତ୍ତମ କଠାର, ଭଗବାନ ଖର୍ସେଲ, ସେସଦେବ ଗୁଣ୍ଡା, କୁମର ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.