
ସଇଁତଲା, (ଖୁସିରାନୀ ସାହୁ) : ଓଡିଶା କେନ୍ଦୁପତ୍ର ତୋଳାଳି ସଂଘ ପକ୍ଷରୁ ବିଭିନ୍ନ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଆନ୍ଦୋଳନ କରୁଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ବେଲଗାଁ ରେଞ୍ଜ ଠାରେ ଆଜି କେନ୍ଦୁପତ୍ର ତୋଳାଳି ସଂଘର ଆନ୍ଦୋଳନ ଦେଖିବାକୁ ମିଳିଥିଲା । କେନ୍ଦୁପତ୍ର ତୋଳାଳି ପତ୍ର ତୋଳିବା ସମୟରୁ ଆରମ୍ଭ କରି କେନ୍ଦୁପତ୍ର ବିକ୍ରି ହେବା ପ୍ରାର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି । ଚେକର, ମୁନସୀ, ଫଡ଼ିସାଥି, ହେଡ଼ଚେକର, ବାଇଣ୍ଡିଙ୍ଗ ଚେକର, ସର୍କଲ ଚେକର ପ୍ରମୁଖ ୧୨ ମାସର କାମ ହେବା ସହ ବର୍ଦ୍ଧିତ ଦରମା, ସାଇକେଲ ବିଲ, ବୋନସ ଟଙ୍କା ପ୍ରଦାନ ଦାବିରେ ରେଞ୍ଜ ଅଫିସ ଠାରେ ଆନ୍ଦୋଳନ କରିବା ସହ ଏକ ଦାବିପତ୍ର ରେଞ୍ଜରଙ୍କ ଜରିଆରେ ଡିଏଫଓଙ୍କୁ ପ୍ରଦାନ କରିଥିଲେ । ତେବେ ଅଳ୍ପଦିନ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ କେନ୍ଦୁପତ୍ର ତୋଳା କାମ ଆରମ୍ଭ ହେବାକୁ ଥିବାବେଳେ ଏବେ ତୋଳାଳି ସଂଘ କାର୍ଯ୍ୟ ବନ୍ଦ କରିଛି । ତେବେ କେନ୍ଦୁପତ୍ର ତୋଳାଳି ସଂଘ ଗୁଚ୍ଛା କଟା ଠାରୁ ଆରମ୍ଭ କରି କେନ୍ଦୁପତ୍ର ବିକ୍ରି ପର୍ଯ୍ୟନ୍ତ କାମ କରିଥାନ୍ତି, କିନ୍ତୁ କେବଳ ୪ ମାସ କାମ କରୁ ଥିବା ବେଳେ ଅନ୍ୟ ସମୟରେ କୌଣସି କାମ କରି ନଥାନ୍ତି । ତେବେ ସରକାର ସେମାନଙ୍କୁ ୧୨ ମାସ କାମ ଦେବାକୁ ଦାବି କରିବା ସହ ବର୍ଦ୍ଧିତ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି ।