ପୋଖରୀ ଭିତରୁ ୩୫ ଖଣ୍ଡ କେନ୍ଦୁ ଗଣ୍ଡି ଜବତ

କଣ୍ଟାମାଳ, (କେପିଏନ୍‌ଏସ୍‌) : କଣ୍ଡାମାଳ ବନାଞ୍ଚଳ ପରତିମାଲ ପୋଖରୀ ଭିତରୁ ୩୫ ଖଣ୍ଡ କେନ୍ଦୁ ଗଣ୍ଡି ବନବିଭାଗ ଜବତ କରିଛି । ସୂଚନା ଅନୁସାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜ ଅଫିସ କ୍ଷୀରାବ୍ଧି ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟର ଚନ୍ଦ୍ରଶେଖର ଦାସ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ପରତିମାଲ ପୋଖରୀ ଭିତରୁ କାଠ ଗଣ୍ଡି ଜବତ କରିଥିଲେ । ଉକ୍ତ ଚଢାଉରେ ବନରକ୍ଷୀ ଭକ୍ତ ମଲିକ, ମୃତ୍ୟୁଞ୍ଜୟ ମହାରଣା, ରୀନା ନାଏକ, ଦିଗାମ୍ବର ପ୍ରଧାନଙ୍କ ସମେତ ସମସ୍ତ ବନ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.