oom

କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ପ୍ରଦୀପ ମିଶ୍ରଙ୍କ ଗଳ୍ପପାଠ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ଏକ ଗଳ୍ପ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବଲାଙ୍ଗିରର ବିଶିଷ୍ଟ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର । ଅନ୍‌ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଅନ୍ୟ କଥାକାର ମାନେ ହେଲେ ଦେବଯାନୀ ଦାସ, ମହାଶ୍ୱେତା ସାହୁ ଏବଂ ସୁବ୍ରତ କୁମାର ଦାସ । ଶ୍ରୀ ମିଶ୍ରଙ୍କ ଗଳ୍ପ ‘ସେମାନେ ତଫସିଲଭୁକ୍ତ ନୁହନ୍ତି’ ଅତିଥି ଏବଂ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ସାହିତ୍ୟ ଏକାଡେମୀ କୋଲ୍‌କାତାର କା‌ର୍ଯ୍ୟକ୍ରମ ଅଧିକାରୀ ମିହିର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡ. ବିଜୟାନନ୍ଦ ସିଂହ ।

jittmm
Leave A Reply

Your email address will not be published.