centurian jitm

କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ଶୁକ୍ରବାର ନିଆଯାଇଥିବା ନିଷ୍ପତ୍ତିରେ ପ୍ରାୟ ୧.୧ କୋଟି ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ । ଏମାନଙ୍କୁ ଅଧିକ ଲାଭ ମିଳିବ । ୨୦୨୫ ଜାନୁଆରୀ ୧ ତାରିଖରୁ ଏହାକୁ ପିଛିଲା ଭାବେ ଲାଗୁ କରାଯିବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ୩୬.୫୭ ଲକ୍ଷ କର୍ମଚାରୀ ଓ ୩୩.୯୧ ଲକ୍ଷ ପେନସନ ଗ୍ରହଣ କରୁଥିବା କର୍ମଚାରୀ ରହିଛନ୍ତି ।

Leave A Reply

Your email address will not be published.