କେନାଲ ବନ୍ଧ ରାସ୍ତା ପାଲିଟିଛି ମାରାଣଯନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଢୁଅ ବସ୍‌ଷ୍ଟାଣ୍ଡ ଛକରୁ ଘୋରଡ଼ିଆକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା ପାଲିଟିଛି ମାରାଣଯନ୍ତା । ଏହି ଗହୀର ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରିଥାନ୍ତି । ମୁଖ୍ୟତଃ ଚାଷୀ, ସ୍କୁଲ, କଲେଜ ପିଲା, ରୋଗୀ, ଗର୍ଭବତୀ ମହିଳା, ବ୍ୟବସାୟୀ, ଚାକିରିଆ ଲୋକ ଓ ସାଧାରଣ ଜନତା ଯାତାୟାତ କଲାବେଳେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ବର୍ତ୍ତମାନ କେନାଲ ବନ୍ଧ ରାସ୍ତା ବିରାଟ ଖମା, ପାଣି କାଦୁଅରେ ପଚ ପଚ ହେତୁ ଗମନ ଗମନା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ରାସ୍ତା ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଗାଡି ମୋଟର ଯିବା ଦୁରକଥା, ସାଧାରଣ ଜନତା ଚାଲିକି ଯିବା ସମ୍ଭବ ନୁହେଁ । ଏପରିକି ଚାଷ ଜମିକୁ ଚାଷୀ ଯିବାକୁ ଲହୁ ଲୁହାଣ ହେଉଛି । ରାସ୍ତା ଅତ୍ୟନ୍ତ ବିପଦ ସଂକୁଳ ଓ ମରଣଯନ୍ତା ପାଲିଟିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଧାୟକ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଏହାର ପ୍ରତିକାର ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.