jayashree

ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ

ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସି ନାବାଳକ ନିଖୋଜ । ନିଖୋଜ ଜଣକ ହେଲେ ଖଇରାବାଦ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ୮ ବର୍ଷର ପୁଅ ବିଶ୍ୱରଞ୍ଜନ ସାହୁ । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସଦର ଥାନା ଅନ୍ତର୍ଗତ ଖଇରାବାଦ ପଞ୍ଚାୟତ କଳିନ୍ଦ୍ରାବାଦ ଗ୍ରାମ ନିକଟରେ ଥିବା କେନାଲକୁ ଶୌଚ ହେବାକୁ ଯାଇଥିବା ସମୟରେ ପାଣି ଭିତରେ ଗୋଡ ଖସି ଯାଇଥିଲା । ଫଳରେ ବିଶ୍ୱ ଗଭୀର ସ୍ରୋତକୁ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବାରୁ କିଛି ଦୂରରୁ ନାବାଳକକୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.