ଆଉ ଶୁଭୁନି ଗାଁ ଗଣ୍ଡାରେ ଶଗଡ଼ ଗାଡ଼ିର କେଁ କଟର ଶବ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାସ୍ତାରେ ଗଡୁନି ଶଗଡ଼ ଗାଡ଼ି ଆଉ ଶୁଭୁନି ଶଗଡ଼ ଗାଡ଼ିର କେଁ କଟର ଶବ୍ଦ କମିଯାଉଛି ଚାଷୀଙ୍କ ହଳ ବଳଦର ଶୁଭୁନି ସେ ହମ୍ବା ରଡ଼ି । ଦିନେ ସମୟ ଥିଲା ଗାଁ ଗଣ୍ଡାରେ ବାସ କରୁଥିବା ମହାଜନ ତଥା ସାହୁକାର ଶ୍ରେଣୀର ଶଗଡ଼ ଗାଡ଼ି ମୁଖ୍ୟ ପରିଚୟ ଥିଲା । ପରିବହନର ମୁଖ୍ୟ ମାଧ୍ୟମ ଥିଲା । ପରେ ଗାଁ ଠୁ ସହର ଲୋକେ ବହୁ ବ୍ୟବହାର କଲେ । ବର୍ତମାନ ଯୁଗରେ ଆଧୁନିକ କଳ କୌଶଳ ବ୍ୟବହାରରେ ଶଗଡ଼ ଗାଡ଼ି ଦିନକୁ ଦିନ ଅଲୋଡା ହେଇଯାଉଛି । ଲୋକେ କହୁଥିଲେ ଯାହାର ହଳବଳଦ ଅଛି ତାର ବଳ ଅଛି ବର୍ତମାନ ସମୟରେ ଯାହାର ଟ୍ରାକ୍ଟର ଅଛି ତାର ବଳ ଅଛି କହୁଛନ୍ତି । ଆଧୁନିକତାର ଛାପରେ ବଦଳି ଗଲାଣି ପାରମ୍ପରିକ ଚାଷ ପ୍ରଣାଳୀ । ପୂର୍ବେ ଚାଷୀମାନେ ଭୋର ସକାଳୁ ଉଠି ହଳବଳଦ ନେଇ ଚାଷ କରୁଥିଲେ ଓ ଶଗଡ଼ ଗାଡ଼ି ମାଧ୍ୟମରେ ଖତ ନେଇ ଯାଇ ଜମିରେ ଖତ ପକାଉଥିଲେ । ଧାନ ଅମଳ ହେଲେ ଶଗଡ଼ ଗାଡ଼ି ଧାନ ଆଣୁଥିଲେ । ଯାନିଯାତ୍ରା, ପର୍ବପର୍ବାଣୀ, ବରଯାତ୍ରୀ ତଥା କନିଆଁ ନିଆ ଆଦି ଶଗଡ଼ରେ ଯାଉଥିଲେ । ଶଗଡ଼ ଗାଡ଼ି ଯିବା ଆସିବା ଗୋଟିଏ ଅଲଗା ଖୁସି । ନା ଲାଗୁଛି ତେଲ ନା ଲାଗୁଛି ଅତ୍ୟଧିକ ଖର୍ଚ୍ଚ । ଏବେ ଅତ୍ୟଧିକ ଯନ୍ତ୍ରପାତି ଯୋଗୁଁ କାର୍ଯ୍ୟ ଶିଘ୍ର ହେଉଛି ସତ ହେଲେ ପରିବେଶ ପ୍ରଦୂଷଣ ହେଉଛି । ଏବେ ବି ବଣ ପାହାଡ ପାଦଦେଶରେ ଗାଁ ଗୁଡିକରେ ଗରିବ, ଆର୍ଥିକ ଅନଗ୍ରସର ତଥା ସ୍ୱାବଲମ୍ବୀ ଚାଷୀମାନେ ଶଗଡ଼ ଗାଡ଼ି ବ୍ୟବହାର କରୁଥିବା କ୍ଵଚିତ ଦେଖୁବାକୁ ମିଳୁଛି । ଏନେଇ ପାଇକମାଳ ବ୍ଲକ ଭେରୁଆମୁଣ୍ଡାର ଜଣେ ଚାଷୀ ନିଜ ଶଗଡ଼ ଗାଡ଼ି ନେଇ ବିଲକୁ ଯାଉଥିବାର ନଜର ଆସିଛି । ବଣ ପାହାଡ ପାଦଦେଶରେ ରହିଛି ଭେରୁଆମୁଣ୍ଡା ଗାଁ । ଆଧୁନିକ କଳ କୌଶଳ ଚାଷୀଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ହେଉଥିଲେ ସୁଦ୍ଧା ଏବେ ଏ ପୁରୁଣା କାଲିଆ ତଥା ପୁରୁଣା କଳକୁ ପସନ୍ଦ କରୁଥିବା ଲୋକ ବ୍ୟବହାର କରୁଛନ୍ତି । ଏବେ ଲୋକେ ପୁରୁଣା ଜିନିଷକୁ ଭୁଲି ଯାଇ ନୂତନ ଯାନବାହାନ ଆପଣେଇଥାନ୍ତି । ଶଗଡ଼ ଗାଡ଼ି ତିଆରି ବ୍ୟବହାର ହେଉଥିବା କାଠ ଠିକ୍ ଭାବରେ ମିଳୁନି । ଏପଟେ ବଳଦ ଚଲାଇବା ଲୋକ ଅଭାବ ତଥା ଶଗଡ଼ ଗାଡ଼ି ନିର୍ମାଣରେ ସରକାରୀ ସହାୟତା ମିଳୁ ନାହିଁ । ଫଳରେ ଲୋକଙ୍କ ଟ୍ରାକ୍ଟର ,ପାଓ୍ବାର ଟେଲର ଭଳି ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଶଗଡ଼ ଗାଡ଼ି ଓ ହଳବଳଦର ଚାହିଦା ଗାଁଠାରୁ ସହର ପର୍ଯ୍ୟନ୍ତ କାଁ ଭା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.