ସାପ କାମୁଡା ଓ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ସାପ କାମୁଡା ଓ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଭୀମଟିକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁରଜ କୁମାର ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାପ କାମୁଡା ଓ ବଜ୍ରପାତ ପ୍ରତି ସର୍ବାଧିକ ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗଜବନ୍ଧର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷିନୀ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାପ କାମୁଡା ପରେ ଗୁଣି ଗାରେଡି ପାଖକୁ ନ ଯାଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଉପଦେଶ ଦେଇଥିଲେ । ସ୍ଥାନୀୟ ଏଏନଏମ ଶାନ୍ତିଲତା ବୁଡ଼େକ ସମ୍ମାନିତ ଅତିଥିଭାବେ ଯୋଗଦେଇ ନିଜ ଘର ଗୁଡିକରେ ଓ ବିଦ୍ୟାଳୟ ସ୍ତରରେ ସାପ କାମୁଡାରୁ ସୁରକ୍ଷିତ ରହିବାର ଉପାୟ ବିଷୟରେ ଜଣାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ଉପସଭାପତି ସୁରେନ୍ଦ୍ର ପଶାୟତ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବ୍ୟବହାରରକୁ ପ୍ରଭାବ ଓ ସତର୍କତା ବିଷୟରେ ଧାରଣା ଦେଇଥିଲେ । ଶିକ୍ଷକ ସଞ୍ଜୟ ଭୋଇ, ଦିବାକର ବଢ଼େଇ, ଦିନେଶ ନାଏକ, ବିକାଶ ଭରସାଗର, ଗୋବିନ୍ଦ ସାହୁ, ଶିକ୍ଷୟିତ୍ରୀ ବର୍ଷାରାଣୀ ମଲ୍ଲିକ, ଲଳିତା ଭୁଏ ଓ ପାଚିକା ସହାୟିକା ମାନେ ସହଯୋଗ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ଜ୍ୟୋତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.