ପାଇକମାଲରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ

  • ଜାତୀୟ ପତାକାର ମାନ ରଖିବା ପାଇଁ ଦେଶର ନାଗରିକଙ୍କ କର୍ତ୍ତବ୍ୟ : ବିଡ଼ିଓ ଶ୍ରୀ ଓଦୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମଣ୍ଡଳ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରୁ ତ୍ରିରଙ୍ଗା ପଦଯାତ୍ରା ଶୋଭାଯାତ୍ରାରେ ବାହାରି ପାଇକମାଲ ମୂଖ୍ୟ ଛକ ନିକଟରେ ପହଞ୍ଚିଥିଲା । ପରେ ଘରଘର ତ୍ରିରଙ୍ଗା ପଦଯାତ୍ରାରେ ବିଡିଓ ପ୍ରଫୁଲ୍ଲ ଓଦୁ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ପଦଯାତ୍ରାରେ ପାଇକମାଲର ୮୦୦ ଶହ ଛାତ୍ର ଛାତ୍ରୀ, ସିଆରପିଏଫ୍, ଲାୟନସ୍ କ୍ଲବର ସଦସ୍ୟ ଓ ପ୍ରଶାସନ କର୍ମକର୍ତ୍ତା ଯୋଗ ଦେଇଥିଲେ । ପଦଯାତ୍ରାରେ ୧୦୦ ମିଟର ଜାତୀୟ ପତାକାକୁ ନିଆଯାଇଥିଲା ଛାତ୍ରଛାତ୍ରୀମାନେ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରି ସ୍ଵତନ୍ତ୍ରର ପ୍ରତୀକ ଉଡ଼ାଇବାକୁ ସ୍ଲୋଗାନ ମାଧ୍ୟମରେ ଜନ ସଚେତନ ସୃଷ୍ଟି କରିବା ସହ ଯୁବପିଢି ଛାତ୍ରଛାତ୍ରୀ, ନାଗରିକ ମାନୁ ଦେଶାବୋଧାତ୍ମକପ୍ରିତୀ, ଭାତୃଭାବା, ମୈତ୍ରୀ ତ୍ରିରଙ୍ଗାର ମାନ ରଖିବା ପାଇଁ ଦେଶର ନାଗରିକଙ୍କ କର୍ତ୍ତବ୍ୟ ବୋଲି ବିଡ଼ିଓ ଶ୍ରୀ ଓଦୁ ବାର୍ତ୍ତା ଦେଇଥିଲେ । ମୁଖ୍ୟଛକରେ ଦେଶତ୍ମବୋଧ ଗୀତ ଗାନ ସହ ପାଇକମାଲ ଯମୁନା କନ୍ଧୁଣୀ ହାଇସ୍କୁଲର ଛାତ୍ରୀମାନେ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲ ଜିଲ୍ଲା ପରିଷଦ ସଦସ୍ୟ ତଥା ଜମିଦାର ସୁରେନ୍ଦ୍ର ପ୍ରତାପ ସିଂ ବରିହା, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ପୂର୍ବତନ ବିଜେପି ମଣ୍ଡଳ ସଭାପତି କୌଲାସ ଦିଶ୍ରୀ, ଯୁବନେତା ସୁଶାନ୍ତ ନାଗ, ସମାଜସେବୀ ଆଶୁତୋଷ ସାହୁ, ରୋଷନ ପାଣିଗ୍ରାହୀ, ମହେଶ ଅଗ୍ରୱାଲ, ଟିନୁ ପୁରୋହିତ, ଯୋଗେନ୍ଦ୍ର ଭୋଇ, ବିକି ଅଗ୍ରୱାଲ, ସଂଜୟ ବେହେରା, ଅକ୍ଷୟ ସାହୁ, ଯତିନ ସାହୁ, ପିତବାସ ସାହୁ, ଇନ୍ଦ୍ରଜିତ ଭୋଇ, ଦିବ୍ୟ ହଂସ, ପର୍ଶୁରାମ ନାଏକଙ୍କ ସମେତ ଜନ ସାଧାରଣ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.