jayashree

‘ଲଭଜିହାଦ’ ବିରୁଦ୍ଧରେ କଠୋର ଆଇନ ହେଉ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : କେରଳ ସମେତ ଦେଶର ବିଭିନ୍ନ ଭାଗରେ ଦିନକୁ ଦିନ ‘ଲଭଜିହାଦ’ ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ପ୍ରଣୟନ କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ବିଗତ ପାଞ୍ଚ ବର୍ଷ ଧରି ଦେଶର ବିଭିନ୍ନ ଭାଗରେ ଯେଉଁ ଭଳି ଭାବରେ ପ୍ରେମର ଆଳରେ ହିନ୍ଦୁ ଝିଅମାନଙ୍କୁ ଧର୍ମାନ୍ତରୀକରଣ କରାଯାଉଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ନିଜ ପରିଚୟକୁ ଲୁଚାଇ ଉଦ୍ଦେଶ୍ୟମୂଳକ ଭାବରେ ହିନ୍ଦୁ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଚାପ ପକାଇ ବଳପୂର୍ବକ ଧର୍ମ ପରିବର୍ତ୍ତନ କରୁଛନ୍ତି । ଯଦି ସମ୍ପୃକ୍ତ ଝିଅ ଧର୍ମ ପରିବର୍ତ୍ତନ ପାଇଁ ରାଜି ନହେଲେ ଶେଷରେ ତାକୁ ନିର୍ଯ୍ୟାତନା ଦିଆଯାଉଛି ଅଥବା ହତ୍ୟା କରାଯାଇ ଫିଙ୍ଗି ଦିଆଯାଉଛି । ତେଣୁ ସାରା ଦେଶରେ ‘ଲଭଜିହାଦ’ ବିରୁଦ୍ଧରେ ଏକ କଠୋର ଆଇନ ପ୍ରଣୟନ ହେବାର ବହୁ ଆବଶ୍ୟକତା ରହିଛି । ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ଧର୍ମ ସ୍ୱାଧୀନତା ହେଉଛି ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର । ତେଣୁ ପ୍ରେମର ଛଳନା କରି ଜଣେ ଝିଅକୁ ବିବାହ କରି ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ସମ୍ପୂର୍ଣ୍ଣ ରୂପେ ମୌଳିକ ଅଧିକାର ଓ ଧର୍ମ ସ୍ୱାଧୀନତାର ବିରୁଦ୍ଧାଚରଣ । ତେଣୁ କେନ୍ଦ୍ର ସରକାର ହିନ୍ଦୁ ଝିଅମାନଙ୍କ ମୌଳିକ ଅଧିକାର ତଥା ଧର୍ମ ସ୍ୱତନ୍ତ୍ରତାକୁ ଅଗ୍ରାଧିକାର ଦେଇ ଅତିଶୀଘ୍ର ‘ଲଭଜିହାଦ’ ବିରୁଦ୍ଧରେ କଠୋର ଆଇନ ତିଆରି କରିବା ଉଚିତ ବୋଲି ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି । ତା’ସହିତ ଲଭଜିହାଦକୁ ରାଷ୍ଟ୍ରଦ୍ରୋହ ଅପରାଧରେ ଅନ୍ତର୍ଭୁକ୍ତ କରି ଜିହାଦୀମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.