om academy

ଅଟୋ ସହ କାଠପଟା ଜବତ : ଦୁଇ ଅଭିଯୁକ୍ତ ଗିରଫ

jsm

କାଶୀପୁର : କାଶୀପୁର ବ୍ଲକ ଟିକିରି ବନାଞ୍ଚଳର ମୋବାଇଲ ସ୍କ୍ୱାର୍ଡ କାଠପଟା ଚୋରା ଚାଲାଣ କରୁଥିବା ଏକ ଅଟୋକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟା ମାଧୁରୀ ସେଠୀଙ୍କ ନିର୍ଦ୍ଦେଶରେ ବନ ବିଭାଗର ଡମ୍ବୁରୁଧର ସେନାପତି, ଗୌତମ କୁମାର ପଣ୍ଡା, ଖଗେଶ୍ଵର ମାଝି, ଜଗତ ମହନ ସାହୁ ଓ ମୋବାଇଲ ସ୍କ୍ୱାର୍ଡ ଗତକାଲି ରାତିରେ ତୟାପୁଟ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ରାସ୍ତାରେ ଯାଉଥିବା ଓଡ଼ି ୧୮ -ଇ ୪୧୨୧ର ଏକ ଅଟୋକୁ ସନ୍ଦେହରେ ଅଟକାଇ ଯାଞ୍ଚ କଲା ବେଳେ ଅଟୋରେ ଦଶ ଖଣ୍ଡ ବିଜାପଟା ଏବଂ ଦୁଇଖଣ୍ଡ ଶାଳ ସାଇଜ କାଠ ଥିବାର ଜଣାଯାଇଥିଲା । ବନ କର୍ମଚାରୀ ମାନେ ଅଟୋ ସହିତ କାଠପଟାକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତକୁ ଟିକିରି ନେଇ ପଚରା ଉଚରା କରିଥିଲେ । ଅଭିଯୁକ୍ତ ବାଲି ମିନିଆକା ଏବଂ ମୁଗା ମିନିଆକା, ଧୋବା ମିନିଆକାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବାର ସୂଚନା ମିଳିଛି । କେସ ନମ୍ୱର ୮୭/୨ ୩ ରୁଜୁ ହୋଇଛି ।

Leave A Reply

Your email address will not be published.