oom

ଟିକ୍ରାପଡା ଚାନ୍ଦ ମନ୍ଦିରରେ ଭାଗବତ କଥାମୃତ ସପ୍ତାହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ସ୍ଥିତ ଚାନ୍ଦ ମନ୍ଦିର ପକ୍ଷରୁ ସପ୍ତାହବ୍ୟାପୀ ଭାଗବତ ପରାୟଣ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମରେ ବ୍ୟାସ ସରୋଜ ବେଦବାକଙ୍କ ଠାରୁ ଭକ୍ତମାନେ ଭାଗବତ ଶୁଣିବା ଭଳି ପୁନ୍ୟ ଅର୍ଜନ କରିବା ସହ ଆତ୍ମା, ପରମାତ୍ମା ଓ ବର୍ତ୍ତମାନ ଜୀବନ ଶୈଳୀ ଉପରେ ପ୍ରବଚନ ଶୁଣି ଆନନ୍ଦ ମୁଖର ହେଉଛନ୍ତି । ଶୁକ୍ଳ ପ୍ରତିପଦା ତା.୨୬/୧୦/୨୦୨୨ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଶୁକ୍ଳ ଅଷ୍ଟମୀ ତା.୦୧/୧୧/୨୦୨୨ ମଙ୍ଗଳବାର ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ କରାଯିବା ସହ ପୁର୍ଣ୍ଣାହୂତି ହେବ ବୋଲି କର୍ତ୍ତା ଦମ୍ପତ୍ତି ରାଜୀବ ହୋତା ଓ ବନ୍ଦିତା ହୋତା ସୂଚନା ଦେଇଛନ୍ତି । ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ତଥା ସଭାପତି ପ୍ରଦୀପ ଚାନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ପରାୟଣରେ କୃଷ୍ଣଚନ୍ଦ୍ର ମିଶ୍ର ପୂଜକ, ବାଦ୍ୟଯନ୍ତ୍ରରେ ପିଙ୍କୁ ଦେବତା, ସିଦ୍ଧାର୍ଥ ମିଶ୍ର, ସୌମିତ୍ରୀ ଧବଲ ଓ ଶ୍ୟାମ ଦାୟିତ୍ୱ ତୁଳାଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛାୟାକାନ୍ତ ସାହୁ, ଅଶୋକ ଚାନ୍ଦ, ରାଜୀବ ମିଶ୍ର, ବଳରାମ ମିଶ୍ର, ମହେନ୍ଦ୍ର ବାଗ, ବିରଞ୍ଚି ତ୍ରିପାଠୀ, ପାଢି ବାବୁ, ଅନୀଲ ଠାକୁର, ଦ୍ୱିଜରାଜ ମିଶ୍ର, ସତ୍ୟନାରାୟଣ ଶତପଥି, ଭାଗିରଥି ପଣ୍ଡା, କଳ୍ପନା, ରତ୍ନମଣୀ, ପୁଷ୍ପାଞ୍ଜଳି ମିଶ୍ର, ହେମଲତା ପଣ୍ଡା, ଲିଲି ଓ ପଡାବାସୀ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.