୪ ଇଞ୍ଚ ଉଚ୍ଚ କାଠରେ ତାରାତାରିଣୀ ମନ୍ଦିର ତିଆରି କରି ପୁଣି ଚର୍ଚ୍ଚାରେ ବ୍ରହ୍ମପୁରର କାଠ ଶିଳ୍ପୀ ଦିଲ୍ଲୀପ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୪ ଇଞ୍ଚ ଉଚ୍ଚ କାଠରେ ତାରାତାରିଣୀ ମନ୍ଦିର ତିଆରି କରି ପୁଣି ଚର୍ଚ୍ଚାରେ ଆସିଛନ୍ତି ବ୍ରହ୍ମପୁରର କାଠ ଶିଳ୍ପୀ ଦିଲ୍ଲୀପ ମହାରଣା । ମାତ୍ର ୪ ଇଞ୍ଚ୍‌ ଉଚ୍ଚ କାଠରେ ନିର୍ମିତ ତାରାତାରିଣୀ ପୀଠର ମଡେଲ୍‌ ଦେଖିଲେ ଲାଗିବ ସତସତିକା ମନ୍ଦିର ଛୋଟ ଆକାରକୁ ବଦଳି ଯାଇଛି । ସିଂହଦ୍ୱାର, ପ୍ରବେଶ ପଥ, ଚାରିପାଖର ପାଚେରି, ତିନି କ୍ଷୁଦ୍ର ମନ୍ଦିର ଓ ଦେବାଦେବୀ ମନ୍ଦିର ଏହି ପ୍ରସିଦ୍ଧ ଶକ୍ତି ପୀଠର ଅବିକଳ ନକଲ କରିଛନ୍ତି ।

ସୂଚନା ଅନୁସାରେ ଚୈତ୍ର ମଙ୍ଗଳବାର ଯାତ୍ରା ଉପଲକ୍ଷେ ୭ ଦିନ ମଧ୍ୟରେ ଏହି ନିଆରା ସୃଷ୍ଟି କରିଛନ୍ତି ଦିଲ୍ଲୀପ । ପୂର୍ବରୁ ମଧ୍ୟ ଦିଲ୍ଲୀପ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଏବଂ ପୁରୀ ଶ୍ରୀମନ୍ଦିରର କ୍ଷୁଦ୍ରାକୃତି କାଠରେ ତିଆରି କରି ପ୍ରଶଂସିତ ହୋଇଛନ୍ତି । ତାଙ୍କର କ୍ଷୁଦ୍ର କଳାକୃତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ଲିମକା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି । ସେ ଏହି ମନ୍ଦିର କଳାକୃତିକୁ ନିଜ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେବାର ଆଶା ରଖିଛନ୍ତି ।

Leave A Reply

Your email address will not be published.