ls

ସଇଁନ୍ତଲା ବ୍ଳକର ବିଭିନ୍ନ ହାଇସ୍କୁଲର ଶିକ୍ଷକଙ୍କ ସହ କଥା ହେଲେ ୫-ଟି ସଚିବ

sb

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକର ୧୩ ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ଜନ ପ୍ରତିନିଧି ଓ ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ସରକାରୀ ବିଦ୍ୟାଳୟ ମାନଙ୍କରେ ଶିକ୍ଷାର ମାନକୁ ବଢ଼ାଇବା ଓ ବିଦ୍ୟାଳୟ ପରିବେଶକ ରୂପାନ୍ତରିକରଣ କରି ଏକ ସୁନ୍ଦର ବିଦ୍ୟାଳୟ ତିଆରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ବ୍ଳକର ବିଭିନ୍ନ ହାଇସ୍କୁଲ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ବେଲଗାଁ ହାଇସ୍କୁଲକୁ ରୂପାନ୍ତରିକରଣ ଯୋଜନାରେ ସାମିଲ କରିଥିଲେ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ ଟି ସ୍କୁଲକୁ ମଧ୍ୟ ରୂପାନ୍ତରିକରଣ ଯୋଜନାରେ ସାମିଲ କରିଥିଲେ । ଏଣୁ ଅନୁଦାନ ଆସିବା ପରେ ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ ନେଇ କାମ କରିବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ଚନ୍ଦ୍ରମଣୀ ନାଗ, ଏବିଇଓ ଆର୍ତ୍ତତ୍ରାଣ ରଥ, ସିଆରସିସି ହରେ କୃଷ୍ଣ ନାଗ, ଉଦୟ ଶଙ୍କର ବାଗଙ୍କ ସମେତ ସ୍କୁଲର ଶିକ୍ଷକ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.