ommm
jittmm

ଆନ୍ଧ୍ରକୁ କାଠ ଚୋରା ଚାଲାଣ ପଣ୍ଡ : ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ବନ ବିଭାଗକୁ ବଡ଼ ସଫଳତା । ବାହାର ରାଜ୍ୟକୁ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ । ସୂଚନାନୁଯାୟୀ, ଗୁଣପୁର ବ୍ଲକ୍ ଜଗନ୍ନାଥପୁର ଅଞ୍ଚଳରୁ ଆନ୍ଧ୍ରକୁ ଶାଗୁଆନ କାଠଗଣ୍ଡି ଚୋରା ଚାଲାଣ ହେଉଥିଲା । ସୋମବାର ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ ଗୋଟଲପଦର ଛକଠାରେ ଏକ କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିଛି । ଗାଡ଼ିରୁ ଲକ୍ଷାଧିକ ଟଙ୍କାର ୨୯ଟି କାଠଗଣ୍ଡି ଜବତ ହୋଇଛି । ବନଖଣ୍ଡ ଅଧିକାରୀ ଗଙ୍ଗାଧର ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି । ଦୀର୍ଘ ଦିନ ହେବ ସୀମାନ୍ତ ଅଞ୍ଚଳରୁ ଆନ୍ଧ୍ର କାଠ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି ।

Leave A Reply

Your email address will not be published.