କଥା ଦେଇ କଥା ରଖିଲେ ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌, ସୂଚନା ଦେଲେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କଠାରୁ ଲିଖିତ ଦରଖାସ୍ତ ଗ୍ରହଣ କରିଥିଲେ । ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ଦରଖାସ୍ତକାରୀଙ୍କୁ ସିଏମ୍‌ଓ ଅଫିସରୁ ଖୁସି ଖବର ମିଳିବ ବୋଲି ମଧ୍ୟ ସେତେବେଳେ ସେ କଥା ଦେଇଥିଲେ । ତେବେ ସାତ ଦିନ ନ ପୂରୁଣୁ କଥା ରଖିଛନ୍ତି ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ । ବଲାଙ୍ଗିର ସଦର ବ୍ଲକର ମନ୍ଦିର, ମସ୍‌ଜିଦ, ଗୀର୍ଜା ଓ ଗୋଷ୍ଠୀଗୃହ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅଧୀନରେ ଅର୍ଥ ମଂଜୁର ହୋଇଥିବା ସୂଚନା ଦେଇଛନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ । ଅନୁଦାନ ସାତ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆସିଥିବାରୁ ବଲାଙ୍ଗିର ସଦର ବ୍ଲକ ତରଫରୁ ଅଧ୍ୟକ୍ଷା ସରିତା ବାଗ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ଜିଲ୍ଲାପରିଷଦ ସଭ୍ୟା ଅନାମିକା ହୋତା, ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଂଘ ସଭାପତି ଗୋଲାପ ବାଗ ଓ ସମିତି ସଭ୍ୟ ବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ଓ ପୂର୍ବତନ ସାସଂଦ, କଳିକେଶ ନାରାୟଣ ସିଂହଦେଓଙ୍କୁ ସଦର ବ୍ଲକବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ସଦର ବ୍ଲକ ଅଂଚଳରେ ଥିବା ମନ୍ଦିର, ମସ୍‌ଜିଦ, ଗୀର୍ଜା ଓ ଗୋଷ୍ଠୀଗୃହ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ଅନୁଦାନ ଆସିଥିବା ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.