oom

କୋଭିଡ୍‌ କଟକଣା ମାନି ନବଦୁର୍ଗା ପୂଜା କରିବାକୁ ଘୋଷଣା କଲା ବଲାଙ୍ଗିର ଦେବୋତ୍ତର ବିଭାଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍‌ କଟକଣା ମାନି ନବଦୁର୍ଗା ପୂଜା କରିବାକୁ ଘୋଷଣା କରିଛି ବଲାଙ୍ଗିର ଦେବୋତ୍ତର ବିଭାଗ । ଘୋଷଣାରେ କୁହାଯାଇଛି – ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ, ପୂଜକ, ମନ୍ଦିର କମିଟି ସଦସ୍ୟ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଗଲା ଯେ, ଚଳିତ ବର୍ଷ ତା୦୬/୧୦/୨୦୨୧ ଠାରୁ ତା୧୫/୧୦/୨୦୨୧ ପର୍ଯ୍ୟନ୍ତ ପବିତ୍ର ଦଶହରା ନବରାତ୍ର ପୂଜା, ମହାମାରୀ କରୋନା ସଂକ୍ରମଣ ପାଇଁ ଜାରି ରହିଥିବା କଟକଣା ହେତୁ ତଥା ରାଜ୍ୟ ସରକାରଙ୍କ କୋଭିଡ୍‌-୧୯, ତା୦୧/୧୦/୨୦୨୧ ମାର୍ଗଦର୍ଶିକା ଅନୁଯାୟୀ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ଦେବୀମନ୍ଦିର ମାନଙ୍କରେ ନିରାଡମ୍ବର ସହକାରେ ବିନା ଭକ୍ତ ଜନସମାଗମରେ କେବଳ ପରଂପରା ଏବଂ ବିଧିରକ୍ଷା ପୂର୍ବକ ଅନୁମତିପ୍ରାପ୍ତ ମନ୍ଦିର ପୂଜକ ଏବଂ ସେବକ (୨୦ଜଣରୁ ୨୫ ଜଣ)ଙ୍କୁ ନେଇ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ମାକ୍ସ ପରିଧାନ କରି ନବରାତ୍ର ପୂଜା ଯଥା ରୀତିନୀତି ଅନୁଯାୟୀ ଆୟୋଜନ କରିବେ । ମହାମାରୀ କରୋନା ସଂକ୍ରମଣ ଏଡ଼ାଇବା ସକାଶେ ଅଯଥା ଦେବୀ ମନ୍ଦିରମାନଙ୍କରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯିବା ଏଥି ସକାଶେ ବଲାଙ୍ଗିର ଉପଖଣ୍ଡ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।

jittmm
Leave A Reply

Your email address will not be published.