om academy

ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ ଯୋଗ ଦେଇ ପାରିବେ : କଟକ ମହାନଗର ନିଗମ

jsm

କଟକ : ଆଗକୁ ଆସୁଛି ବିବାହ ଋତୁ । ଏହାକୁ ଲକ୍ଷ୍ୟ ରଖି ଆଜି କଟକ ମହାନଗର ନିଗମ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିବାହ ଆଦି ଉତ୍ସବର ଆୟୋଜନକୁ ନେଇ ସିଏମସି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିବା ଜଣାପଡ଼ିଛି । ବିବାହ ଉତ୍ସବରେ ଶହେ ଓ ଶୁଦ୍ଧି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କ ଯୋଗଦାନ ପାଇଁ ଅନୁମତି ଦେଇଛି ସିଏମସି । ଏହା ସହ କୁହାଯାଇଛି ଯେ, ବିବାହ ଉତ୍ସବ ପାଇଁ ସ୍ଥାନୀୟ ପୁଲିସ ଓ ସିଏମସିରୁ ଅନୁମତି ଆଣିବାକୁ ହେବବ । ବରଯାତ୍ରୀ ଶୋଭାଯାତ୍ରା ମନା । ବିବାହ ଉତ୍ସବ ଆୟୋଜନ ସ୍ଥାନକୁ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆସିବା ଉପରେ କଟକଣା ଲଗାଯିବା ସହିତ ୧୦ବର୍ଷରୁ କମ ବୟସର ପିଲା, ବୟସ୍କ ବ୍ୟକ୍ତିଙ୍କ ସହିତ ଗର୍ଭବତୀ ମହିଳାଙ୍କୁ ଉତ୍ସବ ସ୍ଥାନରୁ ଦୂରେଇ ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.