ମୂଲ୍ୟବାନ କାଠ ଚୋରା ଚାଲାଣ ବେଳେ ବନ ବିଭାଗର ଚଢ଼ାଉ : ଜଣେ ଗିରଫ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନଖଣ୍ଡ ବାଗଜୋର ଜଙ୍ଗଲରୁ କାଠ ମାଫିଆ ମାନେ ଚୋରା ଚାଲାଣ କରିବାର ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିବା ପରେ ଟ୍ରାକ୍ଟର, କାଠ ସମେତ ଜଣେ ଗିରଫ ହୋଇଥିବା ଜଣାପଡିଛି । ଜବତ କାଠର ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି । ଏହି ଚଢ଼ାଉ ବେଳେ ରେଞ୍ଜର ରାଜ କିଶୋର ହରପାଳଙ୍କ ନେତୃତ୍ୱରେ ସ୍ଥାନୀୟ ଫରେଷ୍ଟର ଆଶୁତୋଷ ମହାକୁଡ଼, ସୁଶୀଲ ପୁଟା, ସୁରେଶ ବୈଠାରୁ, ସତ୍ୟା ନନ୍ଦ ପଧାନ, ମୁରଲୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.