ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୪ତମ ଜାତୀୟ ଉଷୁ ପ୍ରତିଯୋଗିତା (ଜୁନିଅର) ୦୧ ଜୁଲାଇ ୬ ଜୁଲାଇ ୨୦୨୫ ହାଇଦ୍ରାବାଦର ଗୋଚିବାଓଲି ଇଣ୍ଡୋର ଷ୍ଟାଡିୟମଠାରେ ଇତି ମଧ୍ୟରେ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶା ଦଳ ମୋଟ ୭ଟି ମେଡାଲ ପାଇଥିଲେ । ଏଥିରେ ବଲାଙ୍ଗିର ଉଷୁ ସଂଘର ଅଂଶୁମାନ ସାହୁ ଏକ କାଂସ୍ୟ ପଦକ ଆଣିି ଓଡିଶା ତଥା ବଲାଙ୍ଗିରର ନାମକୁ ଗର୍ବିତ କରିଛନ୍ତି ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ଜିଲ୍ଲା ଉଷୁ ସଂଘର ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି ।
