centurian jitm

ମହାକୋଶଳ କୋଶଳି ନାଟବାଦୀ ୨୬ରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ କଲେଜ ସମ୍ମିଳନୀ କକ୍ଷରେ ରାମଜୀ ଯୁବକ ସଂଘ ତରଫରୁ ମହାକୋଶଳ କୋଶଳି ନାଟବାଦୀ-ନାଟଯାତ୍ରା ୨୦୨୫ ଆସନ୍ତା ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଧାକୃଣ୍ଣ ନାଟ୍ୟ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ ଡ. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିଲେ । ନାଟବାଦୀର ଅଧ୍ୟ୍ୟକ୍ଷ ହିମାଂଶୁ ପାଢୀ (ଜୟଗୁଡି) ଓ ଆବାହକ ନାଟ୍ୟକାର ପ୍ରଶାନ୍ତ ଖମାରୀ ଏବଂ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଦୁଇଟି କୋଶଲି ନାଟକ, ଦୁଇଟି ଲୀଳା ନାଟକ ଓ ଗୋଟିଏ ଓଡିଆ ନାଟକ ସହ ବିଶ୍ୱ ନାଟ୍ୟ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ହରିନାରାୟଣ ପୁଜାରୀଙ୍କୁ ମୁଖ୍ୟ ସଂଯୋଜକ କରିଥିବା ବେଳେ ସଂଯୋଜକ ଭାବରେ ପ୍ରହଲ୍ଲାଦ ଦର୍ଜି ଓ ରାମପ୍ରସାଦ ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟ ଉପଦେଷ୍ଟା ଭାବରେ ଡ. ଶ୍ରୀକର ମିଶ୍ର ଓ ଉପଦେଷ୍ଟା ଭାବରେ ଡା. ପ୍ରମୋଦ କୁମାର ମିଶ୍ର, ବିରଞ୍ଚି ସାଏ, ରମେଶ ନାଏକ, ନନ୍ଦଲାଲ ସାଏ, ଆଦିତ୍ୟ ପଟ୍ଟନାୟକ ଆଦି କାର୍ଯ୍ୟ ତୁଳାଇବେ ବୋଲି ଜଣାଯାଇଛି । ସାଇଟ ନର୍ସିଂ କଲେଜର ନିର୍ଦ୍ଦେଶିକା ତୃପ୍ତିମୟୀ ମିଶ୍ର, ଇଂଜିନିୟରିଂ ଅଧ୍ୟ୍ୟକ୍ଷା ନମିତା ପଟେଲ ଓ ଲୋପାମୁଦ୍ରା ମିଶ୍ର ନିଜ ନିଜ କାର୍ଯ୍ୟ ସୁଚାରୁ ରୁପେ ବହନ କରିବା ପାଇଁ ସମ୍ମତ୍ତି ପ୍ରକାଶ କରିଥିଲେ । ଏତତ୍‌ ବ୍ୟତିତ ବିଭିନ୍ନ ଉପ-ବିଭାଗ ସବୁ ଗଠନ କରି ଦକ୍ଷ ସଂଗଠକ, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ବୃନ୍ଦାବନ ମହାକୁର, ଅଶୋକ ପଧାନ, ମଧୁସୁଦନ ନାୟକ, ପ୍ରେମାନନ୍ଦ ସାଏ, ସନ୍ତୋଷ ବ୍ରହ୍ମା, ଶାନ୍ତନୁ ମିଶ୍ର, ଜିତେନ୍ଦ୍ର ମିଶ୍ର, ଦେବାଶିଷ ପଟ୍ଟନାୟକ ଓ ଜୟନ୍ତ ପଟେଲ ଆଦିଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.