ସମନ୍ୱିତ ଶିଶୁ ବିକାଶ ଯୋଜନ ଡେଲାଙ୍ଗ ପକ୍ଷରୁ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଆଜାଦି କା ଅମୃତ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଆଇସିଡିଏସ ପକ୍ଷରୁ ସିଡିପିଓ ଜାପାନୀ କୁମାରୀ ମିତ୍ରାଙ୍କ ତତ୍ଵାବଧାନରେ ଦେଶର ଗୌରବକୁ ସମସ୍ତ ଭାରତୀୟ ଅତୁଟ ରଖିବା ନେଇ ଏହି ମାନବ ଶୃଙ୍ଖଳ ତ୍ରିରଙ୍ଗା ଅଭିଯାନ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଦେଶ ପ୍ରେମର ବାର୍ତ୍ତା ପ୍ରଚାର ପ୍ରସାର ନେଇ ଅଙ୍ଗନୱାଡି କର୍ମୀମାନେ ହାତରେ ତ୍ରିରଙ୍ଗା ସହ ଦେଶାତ୍ମକ ବୋଧ ସ୍ଲୋଗାନ ଦେଇ ମାନବ ଶୃଙ୍ଖଳ ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ୧୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତୀଶ୍ରୀ ରାଉତରାୟ ଏବଂ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ଡେଲାଙ୍ଗ ଆଇଆଇସି ଅନିଲ କୁମାର ମହାନ୍ତି, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ବ୍ଲକ ସହାୟକ ନିର୍ବାହୀ ଯନ୍ତ୍ରୀ ରାଜେଶ୍ଵର ମହାରଣା ଅଙ୍ଗନୱାଡି ସୁପରଭାଇଜର ସଂଘମିତ୍ରା ବେହେରା, ଶାନ୍ତି ବାରିକ, ସୁଶ୍ରୀ ଗୀତା, ସରୋଜିନୀ ବେହେରା, ଝୁନୁ ମଲ୍ଲିକ, ଭାନୁ ମଲ୍ଲିକ ସମେତ ଡେଲାଙ୍ଗ ବ୍ଲକ ସମସ୍ତ ଅଙ୍ଗନୱାଡି କର୍ମୀମାନେ ଏହି ମାନବ ଶୃଙ୍ଖଳ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଦେଶ ପାଇଁ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ଓ ରାଷ୍ଟ୍ରର ବୀରମାନଙ୍କୁ ସ୍ମରଣ କରି ପ୍ରତ୍ୟେକ ହାତରେ ତ୍ରିରଙ୍ଗା ବିବିଧତା ମଧ୍ୟରେ ଏକତା ପ୍ରଦର୍ଶିତ କରିଥିଲେ ।

jittmm
Leave A Reply

Your email address will not be published.