ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଉଥିବା ବେଳେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ପାଳନ କରାଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ନୃତ୍ୟନାଟିକା ପରିବେଷଣ କରି ବୃକ୍ଷ କିପରି ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ସେ ସଂପର୍କରେ ପ୍ରଦର୍ଶିତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମହାପାତ୍ର ବୃକ୍ଷରୋପଣର ପ୍ରସ୍ତୁତି ଓ ଉପକାରିତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ସମସ୍ତଙ୍କୁ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ବନ ମହୋତ୍ସବ ସପ୍ତାହ ପାଳନ ହେଉଥିବାରୁ ଛାତ୍ରଛାତ୍ରୀମାନେ ସାପ୍ତାହିକ ପ୍ରାର୍ଥନା ସଭାରେ ବୃକ୍ଷର ସୁରକ୍ଷା ନିମନ୍ତେ ଶପଥ ନେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଗଠିତ ହୋଇଥିବା ପରିବେଶ ସୁରକ୍ଷା ସଂଘର ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ । ଏହା ସହ ପରିବେଶ ସୁରକ୍ଷା ପାଇଁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ସେହିପରି ଇସ୍ପାତ କାରଖାନା ତରଫରୁ ଆୟୋଜିତ ହୋଇଥିବା ବନ ମହୋତ୍ସବ କାର୍ଯ୍ୟକ୍ରମରେ ସ୍କୁଲର ସ୍କାଉଟ୍ ଆଣ୍ଡ ଗାଇଡ୍ରର ଶିକ୍ଷକ ସୁଜିତ କୁମାର ତନ୍ତୀଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ । ଶେଷରେ ଶ୍ରୀମତୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.