ଶିଶୁ ଶୋଷଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ଠାରେ ଆଇନା ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଶିଶୁ ଶୋଷଣ ଉପରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଗାଁରେ ଥିବା ୪୫ ଜଣ କିଶୋରୀ ଉପସ୍ଥିତ ଥିଲେ । ବର୍ତମାନ ଶିଶୁମାନଙ୍କ ଉପରେ ହେଉଥିବା ଶୋଷଣ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଯାଞ୍ଚ କମିଟି ସଭ୍ୟ ଘନଶ୍ୟାମ ସାହୁ, ଶିକ୍ଷକ ଦୟାନିଧି ସାହୁ, ଅଙ୍ଗନବାଡି କର୍ମୀ ରଶ୍ମିରେଖା ସାହୁ, ଶାନ୍ତି କୁମ୍ଭାର, ରଶ୍ମିତା ସାହୁ ଓ ଆଶା କର୍ମୀ ଲୋପାମୁଦ୍ରା ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁଅଁର ଓ ଜୟନ୍ତୀ ସହଯୋଗ କରିଥିଲେ ।

Leave A Reply

Your email address will not be published.