oom

ପଦ୍ମପୁର ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବ୍ରାହ୍ମଣ ସମାଜର ଏକ କାର୍ୟ୍ୟକାରିଣୀ ବୈଠକ ଶାନ୍ତିନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ମାର୍ଚ୍ଚ ମାସ ୨୧ ତାରିଖରେ ସାମୁହିକ ବ୍ରତ କରିବାକୁ ସ୍ଥିର ହୋଇଛି । ଯେଉଁ ଅବିଭାବକ ମାନେ ତାଙ୍କର ପୁଅ ମାନଙ୍କ ବ୍ରତ କରିବାକୁ ଇଛୁକ ୨୮ ଫେବୃଆରୀ ସୁଦ୍ଧା ୯୭୭୭୭୫୭୫୬୬ ଓ ୯୪୩୭୨୫୪୮୬୬ ମୋବାଇଲ ନମ୍ବରରେ ଯୋଗାଯୋଗ କରି ଆବେଦନ କରିବାକୁ ସମାଜ ତରଫରୁ ଅନୁରୋଧ କରାଯାଇଛି । ଗରିବ ପରିବାରର ସନ୍ତାନଙ୍କ ବ୍ରତ ପାଇଁ କୌଣସି ଦେୟ ନିଆଯିବ ନାହିଁ ବୋଲି ବୈଠକ ପ୍ରସ୍ତାବ ଗୃହୀତ ହୋଇଛି । ବୈଠକରେ ତୀର୍ଥବାସୀ ପଣ୍ଡା, ଜୟ ନାରାୟଣ ତ୍ରୀପାଠି, ଚନ୍ଦ୍ରଶେଖର ପୁରୋହିତ, ଶାନ୍ତନୁ ପାଣିଗ୍ରାହୀ, ଜିତେଶ୍ୱରୀ ଦାସ, ଜ୍ୟୋସ୍ନାରାଣୀ କର, ମଧୁସୂଦନ ଦେବତା, ଅବିନାଶ ମିଶ୍ର, ସୁରେଶ ପତି, ବଳଦେବ ପାଣିଗ୍ରାହୀ, ସଦାନନ୍ଦ ପୁରୋହିତ, ଅମୀୟ ପୁରୋହିତ, ଭରତ ପଣ୍ଡା, ପୂଜକ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ଓ କୁନାଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.