centurian jitm

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବିଗତ ୨ ବର୍ଷ କାଳ କରୋନା କଟକଣା ଯୋଗୁଁ ସମସ୍ତ ପର୍ବ ପର୍ବାଣୀ ଫିକା ପଡିଥିବା ବେଳେ ଚଳିତ ବର୍ଷ କରୋନା କଟକଣା କୋହଳ ହେବା ପରେ ଧୁମ୍‌ଧାମ୍‌ରେ ଲୋକେ ସମସ୍ତ ପର୍ବ ପର୍ବାଣୀକୁ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚାରିଆଡ ଚଳ ଚଞ୍ଚଳ ହୋଇ ଉଠିଛି । ତେବେ ଆଜି ଚନ୍ଦ୍ରଗ୍ରହଣ ହେଉଥିବା ହେତୁ ସମସ୍ତେ ଅଧ ରାତ୍ରରୁ ଡଙ୍ଗା ଭସାଇ ମନ୍ଦିର ଦର୍ଶନ ସମାପ୍ତ କରିସାରିଥିବା ଜଣାପଡିଛି ।

ପୌରାଣିକ କଥା ଅନୁସାରେ ଆଗକାଳରେ ସାଧବ ପୁଅମାନେ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ବୋଇତ ସାହାଯ୍ୟରେ ବିଦେଶକୁ ଯାତ୍ରା କରୁଥିଲେ । ସମସ୍ତ ସାଧବାଣୀ ମାନେ ସାଧବ ମାନଙ୍କ ସୁରକ୍ଷିତ ଯାତ୍ରା ତଥା ତାଙ୍କ ଶୁଭଯାତ୍ରା ଉଦ୍ଦେଶ୍ୟରେ ବୋଇତ ବନ୍ଦାଇ ସାଧବ ମାନଙ୍କୁ ବିଦାୟ ଦେଉଥିଲେ । ସାଧବ ମାନେ ବାଣିଜ୍ୟ ସାରି ପୁଣି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏହିପରି ପ୍ରତି ବର୍ଷ ସେମାନେ ବୋଇତ ସାହାଯ୍ୟରେ ବାଣିଜ୍ୟ କାରବାର କରି ଯାଉଥିଲେ ଏବଂ ସାଧବାଣୀ ମାନେ ବୋଇତ ବନ୍ଦାଇ ବିଦାୟ ଦେଉଥିଲେ । ସେହି ପୂରାତନ ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତେ କାର୍ତ୍ତିକ ମାସ ପୂର୍ଣ୍ଣମୀ ଦିନ ବଡି ଭୋରରୁ ଉଠି ଡଙ୍ଗା ଭସାଇଥାନ୍ତି । ‘ଆ କା ମା ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର’ ବୋଲି କହି ଆନନ୍ଦ ଉଲ୍ଲାସରେ ଡଙ୍ଗାକୁ ଭସାଇଥାନ୍ତି ଓ ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିଥାନ୍ତି ।

Leave A Reply

Your email address will not be published.