ହାଟପଦା ପଡ଼ା ଗୋଶାଳା ପଡ଼ାରେ କାର୍ତ୍ତିକ ପୂଜା : ଅଁଳା ଓ ତୁଳସୀ ଗଛକୁ ପୂଜା କରି ପାଳିଲେ ବ୍ରତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ହାଟପଦା ପଡ଼ାର ଗୋଶାଳାପଡ଼ାରେ ୫୬ ତମ କାର୍ତ୍ତିକ ପୂଜା ଅତି ଧୁମ୍‌ଧାମରେ ପାଳନ କରାଯାଇଛି । ଗୁରୁବାର ଦିନ ଠାରୁ କାର୍ତ୍ତିକ ପୂଜା ଆରମ୍ଭ ହୋଇଥିବା ବେଳେ ପୂଜକ ସୋମନାଥ ମିଶ୍ର ଓ ସହ ପୂଜକ ସଞ୍ଜୟ ପଣ୍ଡା ପୂଜାର୍ଚ୍ଚନା କରୁଛନ୍ତି । କର୍ତ୍ତା ଭାବେ ଗୌରହରି ବେହେରା, ସାଦିନି ବେହେରା ପୂଜାରେ ବସିଥିଲେ। ମଙ୍ଗଳବାର ଦିନ ଦ୍ଵିପହର ସମୟରେ ଏକ ବିଶେଷ ପୂଜା ହୋଇଥାଏ ଯାହାକି ବହୁତ୍ କମ ସ୍ଥାନରେ ଦେଖିବାକୁ ମିଳେ । ପ୍ରଥମେ ଘଣ୍ଟ ବଜାଇ ପୂଜାରେ ବସିଥିବା କର୍ତ୍ତା ଓ ପୂଜକଙ୍କୁ ଅଁଳା ଗଛ ନିକଟକୁ ବନ୍ଦାପନା କରି ଅଁଳା ଗଛକୁ ପୂଜାର୍ଚ୍ଚନା ସହ ତୁଳସୀ ଗଛକୁ ପୂଜା କରି ହଳଦୀ ଲଗାଇବା ପରେ ସମସ୍ତେ ପରସ୍ପରକୁ ହଳଦୀ ଲଗାଇବା ପରେ ନାଚି ନାଚି ଖୁସି ମନାଇ ଥିଲେ। ସତେ ଯେମିତି କାହାର ବାହାଘର ବେଳେ ଯେମିତି ହଳଦୀ ରସମ୍ ମନା ଯାଇଥାଏ । ସେହିପରି ପୂଜାକୁ ସେତେ ଆଡମ୍ବରରେ ପାଳନ କରୁଛନ୍ତି ପଡ଼ାବାସୀ । ଆସନ୍ତା କାଲି ବିସର୍ଜନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୂଜାକୁ ଆୟୋଜନ କରିବାରେ ସୀତାରାମ ବେହେରା, ମନଦେଇ ବେହେରା, ଗୌରୀ ସେଠ୍, ମୀନୁ ଘିଭେଲା, ସବିତା ଦରଜୀ, ଚନ୍ଦ୍ର କଳା ବେହେରା, ବାସନ୍ତୀ ଜାଲ, ଜେମା ବଗର୍ତ୍ତି, ଜୟନ୍ତୀ ବେହେରା ଓ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.