ବନୁପାଲି ଗ୍ରାମରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବନୁପାଲି ଗ୍ରାମରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି । ଏଥିରେ ପ୍ରଥମେ ଶିବ ଓ ହନୁମାନ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଘଣ୍ଟ, ଶଙ୍ଖ, ହୁଳହୁଳିର ମିଳିତ ସ୍ୱରରେ କିର୍ତ୍ତନ ତାଳରେ ସ୍ୱାଗତ କରାଯାଇଛି । ଏହି ଭଗବାନଙ୍କ ପ୍ରତିମୂର୍ତ୍ତି ଛତିଶଗଡ଼ ଧର୍ମ ଜାଗରଣ ଆବାହକ ଘନଶ୍ୟାମ ଦୀପ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ସମାଜସେବୀ ନରେନ୍ଦ୍ର ହୋତା, ଜିଲ୍ଲା ପରିଷଦର ସଭ୍ୟା ସଂଯୁକ୍ତା ମାଝୀ, ଓକିଲ ସଂଘର ସଭ୍ୟ ପ୍ରଶାନ୍ତ ମାଝୀ ଯୋଗ ଦେଇଥିଲେ । ଏହା ସହ ବନୁପାଲି ଗ୍ରାମରେ ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ରାଜକିଶୋର ରଥ, ସଚ୍ଚିଦାନନ୍ଦ ମେହେର, ଋଷି ମେହେର, ଶାନ୍ତି ମେହେର, ରାମକୃଷ୍ଣ ମେହେର, ଶିବ ମେହେର, ସୁଦାମ ମେହେର, ହଳ ମେହେର, ସଂକୀର୍ତ୍ତନ ମେହେର, ସଂଜୀବ ମେହେର ଓ ଗ୍ରାମବାସୀଙ୍କ ସହଯୋଗରେ ଏହା ଅନୁଷ୍ଠିତ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.