oom

ମ୍ୟୁଜିକ୍ ସେଲିବ୍ରେସନ୍‌ର କାରୋକେ ଧମାକା ‘ଓଡ଼ିଆ ସଂଗୀତ ଲହରୀ’

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଙ୍ଗୀତ ଅନୁଷ୍ଠାନ ମ୍ୟୁଜିକ୍‌ ସେଲିବ୍ରେସନ୍‌ର କାରୋକେ ଧମାକା ‘ଓଡ଼ିଆ ସଂଗୀତ ଲହରୀ’ କାର୍ଯ୍ୟକ୍ରମ ହୋଟେଲ ସୋଲାସ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ହିମାଂଶୁ ମହାନ୍ତିଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ସୁବ୍ରତ ଦାସଙ୍କ ଆବାହକତ୍ବ ଓ ଶ୍ରୀକାନ୍ତ ଚୈାଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ସୈ।ଖିନ କଳାକାର ସର୍ବଶ୍ରୀ ନନ୍ଦନ ମୁଖାର୍ଜୀ, ସୁସ୍ମିତା ମୁଖାର୍ଜୀ, ମୀନାକ୍ଷୀ ମହାରଣା, ରୁପାଜ୍ୟୋତି ରେଡ୍ଡୀ, ଜୀବନ ସମାସୀ, ଶୁଭେନ୍ଦୁ ସାହୁ, ବିମଳ ସାହୁ, ବିମଳ ପଟ୍ଟନାୟକ, ଲୀନା ସେନାପତି, ବଟକୃଷ୍ଣ ସାହୁ, ରଜତ ସାହୁ, ପ୍ରାଞ୍ଜଳୀ ନାଗ, ଶୃତିରଞ୍ଜନ ନାୟକ, ରମେଶ ଷଡ଼ଙ୍ଗୀ, ସମରେଶ ଦାସ, ମୀନତି ତ୍ରିପାଠୀ, ସତ୍ୟାଞ୍ଜୟ ତ୍ରିପାଠୀ, ତପନ ଷଡ଼ଙ୍ଗୀ, ମାଲା ସମାସୀ ଓ ବସନ୍ତ ତାଣ୍ଡି ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୨୬/୧୧ ଘଟଣାର ସ୍ମୃତି ଚାରଣ ସହ ଦିବଙ୍ଗତ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା ସହ ଏହି କାର୍ଯ୍ୟକ୍ରମକୁ ସେମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ଏହି ଅବସରରେ ଶୈଳେନ୍ଦ୍ର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.