jayashree

ରାମପୁରରେ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ଗ୍ରାମ ପଂଚାୟତର ରାମପୁରଠାରେ ବିଜୁ ଜନତା ଦଳର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଲୋକସଭା ସଦସ୍ୟ କଳିକେଶ ନାରାୟଣ ସିଂଦେଓ ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରାଙ୍କୁ ଏକ ବର୍ଣାଢ୍ୟ ଶୋଭଯାତ୍ରାରେ ବାଜା ସହ କର୍ମୀମାନେ ରାମପୁର ଗ୍ରାମ ପରିକ୍ରମା କରି ମଂଚାସୀନ କରିଥିଲେ । ତା’ପରେ ଆଗଲପୁର ବ୍ଲକ ବିଜେଡି ସଭାପତିଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳିକେଶ ନାରାୟଣ ସିଂହଦେଓ, ନିହାର ରଂଜନ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ରାଜ୍ୟ ସଭା ସଦସ୍ୟଙ୍କ ପ୍ରତିନିଧି ଜୟନ୍ତ ବେହେରା, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ବରିଷ୍ଠ କର୍ମୀ ପ୍ରବୀର ଭୋଇ, ଜଗବନ୍ଧୁ ପଧାନ, ଭରସୂଜା ସରପଂଚ ପ୍ରମିଳା ସାହୁ ପ୍ରମୁଖ ମଂଚାସୀନ ଥିଲେ । ଆଗାମୀ ୨୦୨୪ ନିର୍ବାଚନରେ ଦଳର ସଂଗଠନକୁ ସୁଦୃଢ କରି ସମସ୍ତେ ନିଜ ନିଜ ଭିତରେ ଥିବା ମତଭେଦକୁ ଭୂଲି ଯାଇ ତୃଣମୂଳ ସ୍ତରରୁ ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାଗୁଡିକୁ ପ୍ରତି ଘରେ ପହଞ୍ଚାଇ ପାରିବା ସେ ବିଷୟରେ ଆଲୋଚନା ହୋଇଥିଲା । ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ନିଜ ବକ୍ତବ୍ୟରେ ଆଗାମୀ ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟ ହାତେଇ ନବୀନ ସରକାଙ୍କ ହାତ ମୁଠାକୁ ଟାଣ କରିବାକୁ ସମସ୍ତ କର୍ମୀମାନଙ୍କୁ କହଥିଲେ । ଉପସ୍ଥିତ କର୍ମୀମାନେ ଆଗାମୀ ନିର୍ବାଚନରେ ରଣନୀତି କିପରି ପ୍ରସ୍ତୁତ କରା ହେବ ସେ ବିଷୟରେ ନିଜ ନିଜ ମତ ଦେଇଥିଲେ । ଦଳରେ ନୂତନ କର୍ମୀମାନଙ୍କୁ ସାମିଲ କରାଯାଇ ପୁରୁଣା କର୍ମୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା । ବୈଠକରେ ଉପସ୍ଥିତ ବରିଷ୍ଠ କର୍ମୀ ପ୍ରବୀର ଭୋଇ, ଜଗବନ୍ଧୁ ପଧାନ ଦୀର୍ଘ ୧୫ ବର୍ଷ ପରେ ଏହି କର୍ମୀ ସମ୍ମିଳନୀ ହେଉଛି ବୋଲି ନିଜ ନିଜ ବକ୍ତବ୍ୟରେ କହି କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଠିକ୍‌ ଭାବେ ସଂଗଠନ ନକଲେ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡିପାରେ ବୋଲି କହିଥିଲେ । ଉକ୍ତ ସଭାରେ ଲେଙ୍କା ସାହୁ, ରାମଚନ୍ଦ୍ର ମେହେର, କାଳିଆ ବରିହା, କୁହୁରୁ ସାହୁ, ପଦ୍ମଲୋଚନ ସାହୁ ପ୍ରମୁଖ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.