ଅପପୃଷ୍ଟି ପରିବାରଙ୍କ ସ୍ୱାସ୍ଥ୍ୟ ତଥା ପୃଷ୍ଟି ସମ୍ୱନ୍ଧୀୟ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ନୁନିଆପାଲି ଓ ଭରସୂଜା ଗ୍ରାମପଂଚାୟତରେ ସିଡବ୍ଲୁଏସ ଭୁବନେଶ୍ୱର ତରଫରୁ ଅପପୁଷ୍ଟି ପରିବାରଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଉଭୟ ପଂଚାୟତର ମୋଟ ୮୨ ଜଣ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ ଅପପୃଷ୍ଟିର କାରଣ ତଥା ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଶିଶୁ ଜନ୍ମ ପରେ ନିଶ୍ଚିତ ଭାବେ ଶିଶୁକୁ ମା’ କସକ୍ଷୀର ଦେବା, ନିୟମିତ ଶିଶୁର ଓଜନ କରିବା, ଅଧିକ ପରିମାଣରେ ଖାଦ୍ୟ ଖୁଆଇବା ତଥା ଉପଯୁକ୍ତ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ପୁଷ୍ଟି ଉପରେ ବିଭିନ୍ନ ଖାଦ୍ୟ ପଦାର୍ଥର ଏକ ପ୍ରଦର୍ଶନୀ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଭୂମିସୁତା ବେହେରା ଉପସ୍ଥିତ ରହି ଅପପୃଷ୍ଟି ଉପରେ ପଂଚାୟତ ବୈଠକରେ ଆଲୋଚନା ପୂର୍ବକ ପ୍ରତି ଗ୍ରାମରେ କିଭଳି ଅପପୃଷ୍ଟି ଦୂର ହୋଇ ପାରିବ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ପଲ୍ଲୀ ଆଲୋକ ପାଠାଗାର, ନଅଗାଁର ଗୋବିନ୍ଦଚନ୍ଦ୍ର ବିଶି ତାଲିମ ପ୍ରଦାନ କରିଥିବାବେଳେ ପ୍ରହଲ୍ଲାଦ ପଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.