om academy

ଗଞ୍ଜାମ ଡିଆରଡିଏ ସମ୍ମିଳନୀ ଗୃହରେ ଓକେସିଏଲ ପକ୍ଷରୁ ଦକ୍ଷତା ସହଯୋଗ କର୍ମଶାଳା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷଠାରେ ରବିବାର ଦିନ ଓକେସିଏଲର ଗଞ୍ଜାମ ଓ ଗଜପତି ଜିଲ୍ଲାସ୍ତରୀୟ ଦକ୍ଷତା ସହଯୋଗ କର୍ମଶାଳା ଆୟୋଜିତ ହୋଇଯାଇଛି । ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସଚ୍ଚିଦାନନ୍ଦ ନାୟକ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ପାଠ୍ୟକ୍ରମ ପ୍ରଦାନ କରାଇବାକୁ ଅଗ୍ରାଧିକାର ଦେଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳ ଓକେସିଏଲ ପକ୍ଷରୁ ଡିଜିଟାଲ ଓଡ଼ିଶା ଗଠନ ପାଇଁ ପ୍ରଚଳିତ ବିଭିନ୍ନ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କୁ ସଚେତନତା କରାଇବା ପାଇଁ ଓକେସିଏଲ ପକ୍ଷରୁ ପ୍ରବର୍ତ୍ତିତ ଓଏସସିଆଇଟି ରଥକୁ ଉଭୟ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଓକେସିଏଲର ଗଜପତି ଜିଲ୍ଲାର ମୁଖ୍ୟ ଶ୍ରୀକାନ୍ତ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓକେସିଏଲର ପ୍ରବନ୍ଧକ ସୁଶାନ୍ତ ଜେ ଦାସ ଓ ଦେବାଶିଷ ସାହୁ ପରିଚାଳନା କରିଥିଲେ । ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୦ଟି କେନ୍ଦ୍ରକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.