ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାଳିକା ଶିକ୍ଷା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁଯାୟୀ ବିଦ୍ୟାଳୟରେ ଅଧ୍ୟୟନରତ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ଭଉଣୀମାନଙ୍କନେଇ ବାଳିକା ଶିକ୍ଷା କର୍ମଶାଳା-୨୦୨୨-୨୩ ଅନୁଷ୍ଠିତ ହୋଇଅଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ୧ମ କାଳାଂଶରେ ଛତ୍ରପୁର ସହରର ଜଣାଶୁଣା ଟାଇକୋଣ୍ଡା କ୍ରୀଡାବିତ୍ ମନୋଜ ପ୍ରଧାନ, ଲଳିତ ଏବଂ ଚିନା ପିଲାମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ସୁନ୍ଦର ଭାବରେ ବୁଝାଇବା ସହ ଅଭ୍ୟାସ କରାଇଥିଲେ । ୨ୟ କାଳାଂଶ ଯୁବ ଆଇନଜୀବୀ ସୁଶ୍ରୀ ସୁଲିପ୍ସା ପଣ୍ଡା ଶିଶୁ ଏବଂ ନାରୀ ଆଇନ୍ ସମ୍ବନ୍ଧରେ ପିଲାମାନଙ୍କୁ ସରଳ ଭାବରେ ବୁଝାଇଥିଲେ । ୩ୟ କାଳାଂଶରେ ଗଞ୍ଜାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଭିଜ୍ଞ ଡାକ୍ତର ବନୋଜ କର ମହୋଦୟ ପିଲାମାନଙ୍କ ଶାରୀରିକ ବିକାଶ ଓ ନାରୀର ଶାରୀରିକ ସମସ୍ୟା ସମ୍ବନ୍ଧିତ ପିଲାମାନଙ୍କୁ ଅବଗତ କରାଇଥିଲେ । ଚତୁର୍ଥ କାଳାଂଶ ସିଲେଇ ଶିକ୍ଷା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସୁନୀତା ଶତପଥୀ ମୌଳିକ ଶିକ୍ଷାଦାନ ପ୍ରଦାନ କରିଥିଲେ । ସଂପାଦକ ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ପଦ୍ମଚରଣ ସାହୁ, ଉପସଭାପତି ଶ୍ରୀମତୀ ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ ଏବଂ ମାତୃଭାରତୀ ସଂଗଠନ ସଭାପତି ଭାଗ୍ୟଲତା ପାଢୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟା ସୁନୀତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୨୦ ଶିଶୁ ଭଉଣୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁମା ଏବଂ ସେବିକା ମାନଙ୍କ ସହଯୋଗରେ ହୋଇଥିଲା ।

Leave A Reply

Your email address will not be published.