oom

ରାଜସ୍ୱ ବିଭାଗର ବିଭିନ୍ନ ଆଇନ ସମ୍ପର୍କିତ କର୍ମଶାଳା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ସ୍ତରୀୟ ରାଜସ୍ବ ବିଭାଗର ବିଭିନ୍ନ ଆଇନ ଏବଂ ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କିତ ଏକ କର୍ମଶାଳା ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହ ମଧ୍ୟରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଉପଖଣ୍ତର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ରେଭେନ୍ୟୁ ସୁପରଭାଇଜର, ବିଭିନ୍ନ ଆର.ଆଇ ସର୍କଲର ଆର.ଆଇ, ଏ.ଆର.ଆଇ, ଅମିନ, ତହସିଲ କାର୍ୟ୍ୟାଳୟର ସେକ୍ସନ ଅଫିସର, ଡ୍ରିଲିଗିଂ ଆସିଷ୍ଟେଣ୍ଟ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ ସରକାରଙ୍କ ରାଜସ୍ୱ ବିଭାଗ ସଂପର୍କିତ ବିଭିନ୍ନ କାର୍ୟ୍ୟକ୍ରମ ଯଥା ଇ–ପାଉତି, ମ୍ୟୁଟେସନ କେଶ ଫଇସଲା, ଜବର ଦଖଲ ଉଚ୍ଛେଦ, ଲିଜ୍ ଲ୍ୟାଣ୍ତ, ସାଲତନାମା, ସରକାରୀ ଜମିର ସୁରକ୍ଷା, ସିଲିଂଗ୍ କେଶ, ପଟ୍ଟା ଫାଡ, ଇ–ଅଭିଯୋଗ, ସୂଚନା ଅଧିକାର ଆଇନ୍ ଇତ୍ୟାଦି ଉପରେ ବିସ୍ତୃତ ଭାବରେ ପାୱାର ପଏଣ୍ଟ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯାଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଅତିରିକ୍ର ଜିଲ୍ଲାପାଳ ଶ୍ରୀ ଟପ୍ନୋ ରାଜସ୍ବ ବିଭାଗର ବିଭିନ୍ନ ଆଇନ୍ ଉପରେ ସୂଚନା ପ୍ରଦାନ କରିବା ସହିତ ସାଧାରଣ ଜିଲ୍ଲାପାଳଙ୍କ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପୂର୍ବକ ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଏବଂ ସମସ୍ୟା ଗୁଡିକୁ ଯଥାକ୍ରମେ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ବିଭାଗୀୟ ଅଧିକାରୀ ଆନନ୍ଦ କୁମାର ଦାଶ ଏବଂ ପୂର୍ବତନ ବିଭାଗୀୟ ଅଧିକାରୀ ସନାତନ ଜେନା ରାଜସ୍ୱ ବିଭାଗ ସମ୍ପର୍କିତ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.